ଭୁବନେଶ୍ୱର: ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆଜି ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ବୈଠକରେ ଯୋଗ ଦେବେ। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠକରେ ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ସଂଗଠନ ମନ୍ତ୍ରୀ ମାନସ ମହାନ୍ତି, ଦଳର ବରିଷ୍ଠ ରାଜ୍ୟ ପଦାଧିକାରୀ ଯୋଗ ଦେବେ । ସେହିପରି ରାଜ୍ୟ ସରକାରଙ୍କ କିଛି ମନ୍ତ୍ରୀ ମଧ୍ୟ ଯୋଗ ଦେବେ ଏହି ବୈଠକରେ ।ବିଜେପି ନୂଆ କେନ୍ଦ୍ରୀୟ ଟିମ ଗଠନ ହେବା ପରେ ଦିଲ୍ଲୀରେ ପଦାଧିକାରୀ ବୈଠକ ଅନୁଷ୍ଠିତ ହୋଇଥିଲା । ସେହି ବୈଠକରେ ଦଳର ଆଗାମୀ କାର୍ଯ୍ୟକ୍ରମ ନେଇ ହୋଇଥିବା ନିଷ୍ପତ୍ତି ଉପରେ ଆଲୋଚନା ହେବ । ରାଜ୍ୟରେ ବିଜେପି ଆଗାମୀ ସମୟରେ କେଉଁ କେଉଁ କାର୍ଯ୍ୟକ୍ରମ କରିବା ତାକୁ ନେଇ ଆଜି ବୈଠକରେ ରୋଡମ୍ୟାପ ପ୍ରସ୍ତୁତ ହେବା ନେଇ ଦଳୀୟ ସୂତ୍ରରୁ ସୂଚନା ରହିଛି ।










