29.1 C
Bhubaneswar
Wednesday, August 26, 2026
Homeଦେଶ ବିଦେଶହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ: ୧୫ ନବଜାତ ଶିଶୁ ମୃତ

ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ: ୧୫ ନବଜାତ ଶିଶୁ ମୃତ

ନୂଆଦିଲ୍ଲୀ: ପାକିସ୍ତାନର ରାଜଧାନୀ ଇସଲାମବାଦସ୍ଥିତ ପାକିସ୍ତାନ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସରେ ବୁଧବାର ସକାଳେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ହସ୍ପିଟାଲର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ନିଆ ଲାଗିବାରୁ ୧୫ ଜଣ ନବଜାତ ଶିଶୁଙ୍କ ମୃତ୍ୟୁ ହୋଇଥିବା ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି । ଘଟଣା ସମୟରେ ୱାର୍ଡରେ ୧୬ ଜଣ ଶିଶୁ ଥିବା ବେଳେ ଡାକ୍ତରମାନେ ଜଣେ ଶିଶୁଙ୍କୁ ଉଦ୍ଧାର କରିପାରିଥିଲେ । ଇସଲାମବାଦର ମୁଖ୍ୟ କମିସନର ସୋହେଲ ଆଶ୍ରଫ କହିଛନ୍ତି, ବୁଧବାର ସକାଳ ୭ଟା ବେଳେ ଅଗ୍ନିକାଣ୍ଡ ଘଟିଥିଲା । ଅଗ୍ନିଶମ ବାହିନୀକୁ ସୂଚନା ଦେବା ପରେ ସେମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିଥିଲେ । ଉଦ୍ଧାର କାର୍ଯ୍ୟରେ ୬ଟି ଅଗ୍ନିଶମ ବାହିନୀ ଗାଡି ଏବଂ ୪ଟି ଆମ୍ବୁଲାନ୍ସକୁ ନିୟୋଜିତ କରାଯାଇଛି । ଏହା ସର୍ଟ ସର୍କିଟରୁ ନିଆଁ ଲାଗିଥାଇପାରେ ବୋଲି ଆସଙ୍କା କରାଯାଉଛି । ତେବେ ଏହି ଘଟଣାର ତଦନ୍ତ ପାଇଁ ଡେପୁଟି କମିସନର ଜେନେରାଲଙ୍କ ନେତୃତ୍ୱରେ ଏକ ତଦନ୍ତ କମିଟି ଗଠନ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking