29.1 C
Bhubaneswar
Wednesday, August 26, 2026
Homeଓଡିଶାହୀରାକୁଦରେ ଖୋଲିଲା ୧୬ ଗେଟ୍

ହୀରାକୁଦରେ ଖୋଲିଲା ୧୬ ଗେଟ୍

ସମ୍ବଲପୁର:  ହୀରାକୁଦରେ ୧୬ ଗେଟ୍ ଖୋଲିଛି, ମହାନଦୀରେ ପାଣି ଫୁଲୁଛି, ତଳମୁଣ୍ଡରେ ପୁଣି ଛନକା ପଶିଛି । କେବଳ ମହାନଦୀ ନୁହେଁ, ବୈତରଣୀ ଓ ଜଳକା ଆଦିରେ ପୁଣି ବନ୍ୟାସ୍ଥିତି ଉପୁଜିପାରେ ବୋଲି ଦେଖାଦେଇଛି ଆଶଙ୍କା । ତେବେ ଏହାକୁ ନେଇ ବଡ଼ ସୂଚନା ଦେଇଛନ୍ତି ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ । କହିଛନ୍ତି, ମହାନଦୀରେ ଛୋଟ ବନ୍ୟା ଆଶଙ୍କା ରହିଛି । ୮ ରୁ ୧୦ ଘଣ୍ଟା ପାଣି ରହିପାରେ। ମୁଣ୍ଡଳୀରେ ଆଜି ୬ ଲକ୍ଷ ୫୦ ହଜାରରୁ ୬ ଲକ୍ଷ ୭୦ ହଜାର କ୍ୟୁସେକ୍ ପାଣି ଅତିକ୍ରମ କରିବ। ତେବେ ବନ୍ୟା ପ୍ରକୋପରେ ନାହିଁ ନଥିବା ସମସ୍ୟା ଭୋଗୁଥିବା ଉତ୍ତର ଓଡ଼ିଶାକୁ ଆଶ୍ୱସ୍ତିକର ସୂଚନା ଦେଇଛନ୍ତି ଇଆଇସି । କହିଛନ୍ତି, ବୈତରଣୀ, ସାଳନ୍ଦୀ, ସୁବର୍ଣ୍ଣରେଖା ଓ ବ୍ରାହ୍ମଣୀ ନଦୀରେ ବନ୍ୟା ସ୍ଥିତି ନାହିଁ । ଏପଟେ ବଂଶଧାରା ଅପର୍ କ୍ୟାଚମେଣ୍ଟରେ ବର୍ଷା ଯୋଗୁଁ ଫ୍ଲାସ୍ ଫ୍ଲଡ୍ ରହିଥିଲା, ଏବେ ପାଣି କମିଲଣି । ଆଗକୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ନଥିବାରୁ ସ୍ଥିତିରେ ଆହୁରି ସୁଧାର ଆସିବ ବୋଲି ସର୍ବୋଚ୍ଚ ଯନ୍ତ୍ରୀ ସୂଚନା ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking