29.1 C
Bhubaneswar
Wednesday, August 26, 2026
Homeଓଡିଶାଶ୍ରୀମନ୍ଦିର ଭିତରେ ଦୁଇଗୋଷ୍ଠୀ ମାଡ଼ଗୋଳ: ମଙ୍ଗଳ ଆଳତୀ ବେଳେ ବଚସା

ଶ୍ରୀମନ୍ଦିର ଭିତରେ ଦୁଇଗୋଷ୍ଠୀ ମାଡ଼ଗୋଳ: ମଙ୍ଗଳ ଆଳତୀ ବେଳେ ବଚସା

ଭୁବନେଶ୍ୱର: ଶ୍ରୀମନ୍ଦିର ଭିତରେ ଦୁଇଗୋଷ୍ଠୀ ମଧ୍ୟରେ ମାଡଗୋଳକୁ ନେଇ ଚର୍ଚ୍ଚା । ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ଚାଲିଥିବା ସମୟରେ ଦୁଇପକ୍ଷଙ୍କ ମଧ୍ୟରେ ପ୍ରଥମେ ପାଟିତୁଣ୍ଡ ଓ ଯୁକ୍ତିତର୍କ ହୋଇଥିବା ଜଣାପଡିଛି । ପରେ ଘଟଣା ମାଡଗୋଳ ଯାଏଁ ହୋଇଯାଇଥିଲା । ସୂଚନା ଅନୁସାରେ ଦର୍ଶନ ସମୟରେ କୌଣସି ଏକ କଥାକୁ ନେଇ ଦୁଇପକ୍ଷଙ୍କ ମଧ୍ୟରେ ବଚସା ହୋଇଥିଲା । ଏହାପରେ ଜଣେ ଝିଅଙ୍କୁ ସ୍ଥାନୀୟ ଜଣେ ବ୍ୟକ୍ତି ଜାବୁଡା ମାରିଥିବା ନେଇ ପୋଲିସ ନିକଟରେ ଅଭିଯୋଗ ହୋଇଛି । ଘଟଣାକୁ ନେଇ ଉଭୟ ପକ୍ଷ ମଧ୍ୟରେ ଉତ୍ତେଜନା ବଢିବା ସହ ମାଡଗୋଳ ହୋଇଥିବା ଅଭିଯୋଗ ହୋଇଛି । ଘଟଣା ପରେ ସିଂହଦ୍ୱାର ଥାନା ପୋଲିସ ଉଭୟ ପକ୍ଷଙ୍କୁ ଥାନାକୁ ନେଇ ଅଟକ ରଖିଛି । ସେଠାରେ ଉଭୟ ପକ୍ଷଙ୍କୁ ପଚରାଉଚରା କରାଯାଉଛି । ତେବେ ଶ୍ରୀମନ୍ଦିର ଭଳି ପବିତ୍ର ସ୍ଥାନରେ ମଙ୍ଗଳ ଆଳତୀ ସମୟରେ ଏଭଳି ଘଟଣାକୁ ନେଇ ଭକ୍ତମାନଙ୍କ ମଧ୍ୟରେ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଛି । ଏନେଇ ପୋଲିସ ତଦନ୍ତ ଜାରି ରଖିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking