ନୂଆଦିଲ୍ଲୀ: ପୁଣି ଇସ୍କନର ମନମାନି । ଅଦିନିଆ ତିଥିରେ ପୁଣିଥରେ ରଥଯାତ୍ରା ପାଳନ କଲା ଇସ୍କନ । ଗତ ୨୩ ତାରିଖ ରବିବାର ଦିନ ଆମେରିକାର ସାନଫ୍ରାନସିସ୍କୋ, କାଲିଫର୍ଣ୍ଣିଆରେ ବଡ ଧୁମଧାମରେ ରଥଯାତ୍ରା ପାଳନ କରିଛି ଇସ୍କନ । ଖାଲି ଏତିକି ନୁହେଁ ଗତ ୨୨ ତାରିଖରେ କାନାଡାର ବର୍ଲିଂଟନ ସହର ଏବଂ ୟୁରୋପର ଦୁଇଟି ସହର ସହ ଜର୍ମାନୀର ଲେପିଜିଗ, ନରୱେର ଓସେଲାରେ ଅଗଷ୍ଟ ୨୩ ତାରିଖରେ ବହୁ ଧୂମଧାମରେ ଅଦିନିଆ ରଥଯାତ୍ରା ପାଳନ କରିଛି । ଯାହା ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି । ସାରା ବିଶ୍ୱରେ ଜଗନ୍ନାଥ ପ୍ରେମୀ ବାରମ୍ବାର ପ୍ରତିବାଦ ଓ ବିରୋଧ କରିବା ସତ୍ତ୍ୱେ ଅମାନିଆ ଇସ୍କନ କିଛି ଶୁଣିବାକୁ ପ୍ରସ୍ତୁତ ନୁହଁ । ଏହି ଅଦିନିଆ ରଥଯାତ୍ରା ବିରୋଧରେ ଆମେରିକା ରହୁଥିବା ଶହଶହ ଓଡିଆ ଦାବିପତ୍ର ଇସ୍କନକୁ ପଠାଯାଇଥିଲେ ମଧ୍ୟ ଇସ୍କନ କିଛି ନ ମାନି ଅଦିନିଆ ରଥଯାତ୍ରା କରି ଚାଲିଛି ।










