27.2 C
Bhubaneswar
Monday, July 20, 2026
Homeଓଡିଶାବର୍ଷା ପ୍ରଭାବରେ ପରିବା ବଜାରରେ ଦର ଆକାଶଛୁଆଁ

ବର୍ଷା ପ୍ରଭାବରେ ପରିବା ବଜାରରେ ଦର ଆକାଶଛୁଆଁ

ଭୁବନେଶ୍ୱର: ଲଗାଣ ବର୍ଷା ପରେ ଏବେ ପରିବା ବଜାରରେ ନିଆଁ । ବଜାର ରେ ବଢ଼ିଛି ପରିବା ଦର । ବର୍ଷା ଯୋଗୁଁ ପରିବା ଚାଷ ପ୍ରଭାବିତ ହୋଇଥିବାବେଳେ ଏବେ ବଜାରରେ ଆକାଶ ଛୁଆଁ ପରିବା ରେଟ୍ । ଆଜି କଟକ ଛତ୍ରବଜାରରେ ଅଧିକାଂଶ ପରିବା ଦର ୫୦ ଟଙ୍କା ଉପରେ ବିକ୍ରି ହେଉଛି ।ଯାହାଫଳରେ ଖୁଚୁରା ବ୍ୟବସାୟୀ ୮୦ରୁ ୧୦୦ ଟଙ୍କା ଦରରେ ବିକ୍ରି କରୁଛନ୍ତି ପରିବା । ଛତ୍ରବଜାରରେ ବାଇଗଣ ୬୦ ଟଙ୍କାରେ ବିକ୍ରି ହେଉଛି । ପୋଟଳ, ଭେଣ୍ଡି, କାଙ୍କଡ଼ ଆଦି ପରିବା ୫୦ଟଙ୍କାରେ ବିକ୍ରି ହେଉଛି । ସେହିପରି ଟମାଟୋ ଓ କୁନ୍ଦୁରି ୪୦ ଟଙ୍କା, ଫୁଲକୋବି ଗୋଟା ୭୦ ଟଙ୍କାରେ ବିକ୍ରି ହେଉଛି । ଏପଟେ ରାଜଧାନୀରେ ବି ପରିବା ସବୁ ଚଢ଼ା ଦରରେ ବିକ୍ରି ହେଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking