31.5 C
Bhubaneswar
Tuesday, July 21, 2026
Homeଓଡିଶାଘୋଷଯାତ୍ରାରେ ଦଳାଚକଟାର ବିଚାର ବିଭାଗୀୟ ତଦନ୍ତ ଦାବି

ଘୋଷଯାତ୍ରାରେ ଦଳାଚକଟାର ବିଚାର ବିଭାଗୀୟ ତଦନ୍ତ ଦାବି

ଜୁଲାଇ ୧୬ ତାରିଖ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅବସରରେ ଦଳାଚକଟାରେ ୩ ଜଣ ଶ୍ରଦ୍ଧାଳୁ ମୃତ୍ୟୁବରଣ କରିଥିଲେ । ୩୫୦ରୁ ଅଧିକ ଭକ୍ତ ଆହତ ହୋଇ ପୁରୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ଘୋଷଯାତ୍ରା ଦିନ ବଡଦାଣ୍ଡ ମରିଚିକୋଟ ଛକଠାରେ ହୋଇଥିବା ଦଳାଚକଟାରେ ୪ ଜଣ ଗୁରୁତର ଅବସ୍ଥାରେ ପୁରୀ ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲେ । ଏବଂ ସେଠାରେ ୩ ଜଣଙ୍କୁ ସିଡିଏମଓ ମୃତ ଘୋଷଣା କରିଥିଲେ । ଶବ ବ୍ୟବଛେଦ ରିପୋର୍ଟରୁ ସ୍ପଷ୍ଟ ହୋଇଥିଲା ଦଳାଚକଟା ଯୋଗୁଁ ୩ ଜଣ ଭକ୍ତ ପ୍ରାଣ ହରାଇଥିଲେ ।

ହେଲେ ଏହି ବାସ୍ତବ ସତ୍ୟକୁ ସରକାର ସ୍ୱୀକାର କରିବା ବଦଳରେ ପ୍ରଶାସନିକ ଅଧିକାରୀ ମାନେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ମିଛ ବିବୃତି ଦିଆ କରାଉଛନ୍ତି । ଏହା କୋଟି କୋଟି ଜଗନ୍ନାଥପ୍ରେମୀଙ୍କୁ ବ୍ୟଥିତ କରିଛି । ଦଳାଚକଟାରେ ମୃତ୍ୟୁ ହୋଇଥିବା ନେଇ ଶବ ବ୍ୟବଛେଦ ରିପୋର୍ଟରୁ ସ୍ପଷ୍ଟ ହୋଇସାରିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ‘ଅସୁସ୍ଥତା’ ପାଇଁ ଭକ୍ତଙ୍କ ମୃତ୍ୟୁ ହୋଇଥିବା କହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଆଶ୍ଚର୍ଯ୍ୟର ବିଷୟ ହେଉଛି, ସବୁ କାଳିଆର ଇଛା କହି ପ୍ରଶାସନିକ ଅବ୍ୟବସ୍ଥାକୁ ଘୋଡେଇବା ପାଇଁ ସମସ୍ତ ପ୍ରକାରର ଉଦ୍ୟମ ହେଉଛି, ଯାହା ନିନ୍ଦନୀୟ । ଘୋଷଯାତ୍ରା ଅବସରରେ ହୋଇଥିବା ଦଳାଚକଟାର ବିଚାର ବିଭାଗୀୟ ତଦନ୍ତ ଆମର ଦାବି । ଆଗକୁ ବାହୁଡା ଯାତ୍ରା ଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ମହାପ୍ରଭୁଙ୍କର ସମସ୍ତ ନୀତିକାନ୍ତି ଓ ଦେବନୀତି କିପରି ସୁରୁଖୁରୁରେ ସମ୍ପର୍ଣ୍ଣ ହେବ ସରକାର ସେନେଇ ଯତ୍ନବାନ ହୁଅନ୍ତୁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking