31.5 C
Bhubaneswar
Tuesday, July 21, 2026
Homeଦେଶ ବିଦେଶଉଚ୍ଚ ଆଶା ଓ ସ୍ୱପ୍ନରେ ପରିପୂର୍ଣ୍ଣ ଏବଂ ଚାହାଁନ୍ତି ଯେ ଦେଶ ଏହିଭଳି ଭାବେ ପ୍ରଗତି...

ଉଚ୍ଚ ଆଶା ଓ ସ୍ୱପ୍ନରେ ପରିପୂର୍ଣ୍ଣ ଏବଂ ଚାହାଁନ୍ତି ଯେ ଦେଶ ଏହିଭଳି ଭାବେ ପ୍ରଗତି ପଥରେ ଆଗେଇ ଚାଲୁ:ପ୍ରଧାନମନ୍ତ୍ରୀ

ମୌସୁମୀ ଅଧିବେଶନ ୨୦୨୬ର ଅବ୍ୟବହିତ ପୂର୍ବରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସଂସଦ ପରିସରରେ ଗଣମାଧ୍ୟମକୁ ସମ୍ବୋଧିତ କରିଛନ୍ତି। ନୂଆ ଅଧିବେଶନରେ ଯୋଗ ଦେଉଥିବା ସାଂସଦମାନଙ୍କୁ ସ୍ୱାଗତ କରି ପ୍ରଧାନମନ୍ତ୍ରୀ ପ୍ରାକୃତିକ ପାଣିପାଗ ଧାରା ଏବଂ ସଂସଦୀୟ କାର୍ଯ୍ୟଦକ୍ଷତା ମଧ୍ୟରେ ଏକ ସୁଚିନ୍ତିତ ତୁଳନା କରିଥିଲେ। ଦେଶର ସାମଗ୍ରିକ କଲ୍ୟାଣ ଉପରେ ସକ୍ରିୟ ତଥା ଦୂରଦୃଷ୍ଟିସମ୍ପନ୍ନ କାର୍ଯ୍ୟର ଗଭୀର ପ୍ରଭାବ ଉପରେ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ ଏହି ଅଧିବେଶନରୁ ଅତ୍ୟନ୍ତ ଗଠନମୂଳକ ଫଳାଫଳ ଆଶା କରିଥିଲେ ଯାହା ଶେଷରେ ପ୍ରତ୍ୟେକଙ୍କ ପାଇଁ ଲାଭଦାୟକ ହେବ। ଶ୍ରୀ ମୋଦୀ କହିଥିଲେ, “ଆମେ ପ୍ରାର୍ଥନା କରୁଛୁ ଯେ ମୌସୁମୀ ସକ୍ରିୟ ରହୁ ଏବଂ ମୌସୁମୀ ଅଧିବେଶନ ମଧ୍ୟ ଫଳପ୍ରଦ ରହୁ’’।
ବିଗତ ଏକ ମାସ ମଧ୍ୟରେ ଦେଶ କ୍ରମାଗତ ଭାବେ ହାସଲ ହୋଇଥିବା ଅସାଧାରଣ ଜାତୀୟ ଏବଂ ଅନ୍ତର୍ଜାତୀୟ ସଫଳତାଗୁଡ଼ିକ କଥା ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ସମଗ୍ର ବିଶ୍ବରେ ବଢ଼ୁଥିବା ଦେଶର ପ୍ରତିଷ୍ଠାକୁ ନେଇ ଗର୍ବ ପ୍ରକାଶ କରିଥିଲେ। ଗତ ବର୍ଷର ଅଧିବେଶନ ପୂର୍ବରୁ କିଭଳି ଜଣେ ଭାରତୀୟ ନାଗରିକ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରେ ପହଞ୍ଚିଥିଲେ, ତାହା ସେ ମନେ ପକାଇବା ସହ ନିକଟରେ ଦେଶର ଏକ ଘରୋଇ ମହାକାଶ ଷ୍ଟାର୍ଟଅପ୍ ‘ସ୍କାଏରୁଟ୍’ ଦ୍ୱାରା ହାସଲ କରାଯାଇଥିବା ଐତିହାସିକ ମାଇଲଖୁଣ୍ଟକୁ ପ୍ରଶଂସା କରିଥିଲେ। ମାତ୍ର ୨୮ ବର୍ଷର ହାରାହାରି ବୟସ ବିଶିଷ୍ଟ ଏକ ଯୁବ ଟିମ୍ ସଫଳତାର ସହ ଦେଶକୁ ଘରୋଇ ମହାକାଶ ଅନୁସନ୍ଧାନର ଏକ ନୂତନ ଯୁଗକୁ ଆଗେଇ ନେଇଥିବାର ଅବିଶ୍ୱସନୀୟ ସତ୍ୟକୁ ପ୍ରଶଂସା କରି ସେ କହିଥିଲେ ଯେ ଏହିସବୁ ସଫଳତା ଦେଶର ଆତ୍ମବିଶ୍ୱାସକୁ ବହୁଗୁଣିତ କରିଥାଏ। ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ, “ଆମର ଯୁବପିଢ଼ିଙ୍କ ଦ୍ୱାରା ପରିଚାଳିତ ଏହି ଷ୍ଟାର୍ଟଅପ୍ ଗୁଡ଼ିକ ମହାକାଶରେ ଭାରତର ପତାକାକୁ ଦୃଢ଼ ଭାବରେ ସ୍ଥାପିତ କରିଛନ୍ତି, ଯାହା ଦ୍ୱାରା ବିଶ୍ବରେ ଆମ ଦେଶର ପରିଚୟ ଓ ପ୍ରତିଷ୍ଠା ସୁଦୃଢ ହୋଇଛି’’।
ଶ୍ରୀ ମୋଦୀ ନିକଟରେ ହାସଲ ହୋଇଥିବା ଏହି ପ୍ରଯୁକ୍ତିଗତ ସଫଳତାଗୁଡ଼ିକୁ ଦେଶର ଅପାର ସାମର୍ଥ୍ୟର ପ୍ରତୀକ ବୋଲି ବର୍ଣ୍ଣନା କରି କହିଥିଲେ ଯେ, ବର୍ତ୍ତମାନ ପିଢ଼ିର କ୍ଷମତା ଓ ସମ୍ଭାବନା ସମ୍ପୂର୍ଣ୍ଣ ଅସୀମ। ସେ ଏହି ଐତିହାସିକ ସଫଳତାଗୁଡ଼ିକୁ ସମଗ୍ର ଦେଶ ପାଇଁ ଆଗକୁ ବଢ଼ିବାର ସର୍ବୋଚ୍ଚ ପ୍ରେରଣାର ଉତ୍ସ ବୋଲି କହିଥିଲେ। ଶ୍ରୀ ମୋଦୀ କହିଥିଲେ, “ଏହା ଏକ ଶକ୍ତିଶାଳୀ ବାର୍ତ୍ତା ଦେଉଛି ଯେ, ଆମ ଯୁବପିଢ଼ିର କ୍ଷମତା ଓ ସେମାନଙ୍କର ଆକାଂକ୍ଷା ମହାକାଶ ପରି ଅସୀମ’’।
ସେ ଏହି ଅଦ୍ଭୁତପୂର୍ବ ଉଦ୍ୟୋଗୀ ସଫଳତାଗୁଡ଼ିକ ଲାଗି ସରକାରଙ୍କ ଦ୍ରୁତ ତଥା ପରିବର୍ତ୍ତନକାରୀ ନୀତିଗତ ସଂସ୍କାରକୁ ଶ୍ରେୟ ଦେଇଥିଲେ। ସେ କହିଥିଲେ ଯେ ଏହି ପ୍ରଗତିଶୀଳ ପରିବେଶ ଯୁବ ନବସୃଜନକାରୀମାନଙ୍କୁ ବଡ଼ ଧରଣର ସାହସିକ ପଦକ୍ଷେପ ନେବା କିମ୍ବା ଆହ୍ୱାନର ସାମ୍ନା କରିବାକୁ ଏବଂ ଯୁଗାନ୍ତକାରୀ ବିଜୟ ହାସଲ କରିବାକୁ ସିଧାସଳଖ ସମର୍ଥ କରୁଛି। ଶ୍ରୀ ମୋଦୀ କହିଥିଲେ, “ଦେଶ ଆଜି ଯେଉଁ ସଂସ୍କାର ଏକ୍ସପ୍ରେସ୍ ଆରମ୍ଭ କରିଛି, ତାହାରି ପରିଣାମ ସ୍ୱରୂପ ଆମ ଯୁବପିଢ଼ି ଏଭଳି ସାହସିକ ପଦକ୍ଷେପ ନେଇ ସଫଳତା ହାସଲ କରିପାରୁଛନ୍ତି’’।
ଦେଶରେ ଉଦ୍ଘାଟନ ହୋଇଥିବା ବୃହତ ଭିତ୍ତିଭୂମି ଓ ପ୍ରଯୁକ୍ତିଗତ ପ୍ରକଳ୍ପଗୁଡ଼ିକ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ନିକଟରେ ରାଜସ୍ଥାନରେ ଏକ ପ୍ରମୁଖ ତୈଳ ବିଶୋଧନାଗାର ଦେଶବାସୀଙ୍କୁ ଉତ୍ସର୍ଗ କରାଯାଇଛି, ଦେଶର ତୃତୀୟ ସେମିକଣ୍ଡକ୍ଟର କାରଖାନାର ଶୁଭାରମ୍ଭ କରାଯାଇଛି ଏବଂ ବିଶ୍ୱର ସବୁଠୁ ଲମ୍ବା ଓ ସବୁଠୁ ଶକ୍ତିଶାଳୀ ଗ୍ରୀନ୍ ହାଇଡ୍ରୋଜେନ୍ ଟ୍ରେନ୍ର ମଧ୍ୟ ଶୁଭାରମ୍ଭ କରାଯାଇଛି। ସେ ଏହି ଅତ୍ୟନ୍ତ ସମୃଦ୍ଧ ଜାତୀୟ ସମ୍ପତ୍ତିଗୁଡ଼ିକର ଶ୍ରେୟ ସମ୍ପୂର୍ଣ୍ଣ ଭାବେ ଦେଶର ପ୍ରତିଭାବାନ ବୈଜ୍ଞାନିକ, ଇଞ୍ଜିନିୟର ଏବଂ ଶ୍ରମିକମାନଙ୍କ ମିଳିତ ନିଷ୍ଠା ଓ ଅକ୍ଳାନ୍ତ ପରିଶ୍ରମକୁ ଦେଇଥିଲେ। ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ, “ଏହା ଆମର ସେହି ନବସୃଜନକାରୀ, ଉଦ୍ୟୋଗୀ ଏବଂ ଶ୍ରମିକମାନଙ୍କର ଉଦ୍ୟମର ପ୍ରତ୍ୟକ୍ଷ ପରିଣାମ, ଯେଉଁମାନେ ଏକ ସୁନିଶ୍ଚିତ ଓ ମିଳିତ ସଂକଳ୍ପ ନେଇ ଦେଶ ପାଇଁ ବଞ୍ଚୁଛନ୍ତି ଏବଂ କାର୍ଯ୍ୟ କରୁଛନ୍ତି’’।
ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ଯୋଗୁଁ ସାରା ବିଶ୍ୱରେ ଦେଖାଦେଇଥିବା ଗମ୍ଭୀର ଚିନ୍ତାକୁ ସ୍ୱୀକାର କରି ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ ଯେ କିଭଳି ପେଟ୍ରୋଲ, ଡିଜେଲ, ଏଲପିଜି, ସାର ଏବଂ ରସାୟନର ଯୋଗାଣ ଶୃଙ୍ଖଳାରେ ପ୍ରତିବନ୍ଧକ ଉର୍ଜ୍ଜା ଉପରେ ନିର୍ଭରଶୀଳ ଏହି ଦେଶ ପାଇଁ ଏକ ଗଭୀର ସଙ୍କଟ ସୃଷ୍ଟି କରିଛି। ଏହିଭଳି ଗୁରୁତର ଅନ୍ତର୍ଜାତୀୟ ପ୍ରତିବନ୍ଧକ ସତ୍ତ୍ୱେ, ସେ ଦେଶର ଚମତ୍କାର ୭.୭ ପ୍ରତିଶତ ଅଭିବୃଦ୍ଧି ହାରକୁ ଉଲ୍ଲେଖ କରିଥିଲେ, ଯାହା ଭାରତର ସହନଶୀଳ କ୍ଷମତା ଏବଂ ସାମର୍ଥ୍ୟର ଏକ ଜ୍ୱଳନ୍ତ ପ୍ରମାଣ। ଏହା ପରେ ସଂସଦୀୟ ପ୍ରସଙ୍ଗ ଆଡ଼କୁ ଢଳି ସେ ଦେଶର ଏହି ଦ୍ରୁତ ପ୍ରଗତିର ସଦୁପଯୋଗ କରିବା ପାଇଁ ସମସ୍ତ ଅଭିଜ୍ଞ ସାଂସଦମାନଙ୍କୁ ଆହ୍ୱାନ କରିଥିଲେ। ସେ ଏକ ଗଭୀର ଗଠନମୂଳକ ତଥା ତଥ୍ୟଭିତ୍ତିକ ଆଲୋଚନା ପାଇଁ ନିବେଦନ କରିଥିଲେ, ଯେଉଁଠାରେ ଦେଶପ୍ରେମକୁ ପ୍ରାଥମିକତା ଦିଆଯିବ ଏବଂ ପ୍ରତ୍ୟେକ ବ୍ୟକ୍ତିଙ୍କ ସ୍ୱର ଓ ଚିନ୍ତାଧାରାକୁ ସମ୍ମାନ ମିଳିବ। ସକାଳେ ବାଚସ୍ପତିଙ୍କ ଦ୍ୱାରା ସୋସିଆଲ ମିଡିଆରେ ସାଂସଦମାନଙ୍କୁ ଜଣାଯାଇଥିବା ସ୍ୱାଗତ ବାର୍ତ୍ତାକୁ ଦୋହରାଇ ପ୍ରଧାନମନ୍ତ୍ରୀ ନିଜର ବକ୍ତବ୍ୟ ଶେଷ କରିଥିଲେ ଏବଂ କୌଣସି ପ୍ରକାର ହଟ୍ଟଗୋଳ ବା ବ୍ୟାହତ ବିନା ଅର୍ଥପୂର୍ଣ୍ଣ ଆଲୋଚନା ପାଇଁ ସେ ନିବେଦନ କରିଥିଲେ। ଶ୍ରୀ ମୋଦୀ ଦୃଢ଼ତାର ସହ କହିଥିଲେ, “ଯେଉଁଠାରେ ସୃଦୃଢ଼ ତଥ୍ୟ ଏବଂ ଯୁକ୍ତି ଥାଏ, ସେଠାରେ ହଙ୍ଗାମା ପାଇଁ କୌଣସି ସ୍ଥାନ ନଥାଏ; ଏକ ଶକ୍ତିଶାଳୀ ସ୍ୱରକୁ ଶାନ୍ତ ମନରେ ମଧ୍ୟ ଉପସ୍ଥାପନ କରାଯାଇପାରିବ, ଯାହା ଦେଶକୁ ଆତ୍ମବିଶ୍ୱାସର ସହ ଆଗକୁ ନେଇଯିବ’’।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking