27.8 C
Bhubaneswar
Monday, July 20, 2026
Homeଓଡିଶାମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ଅଳଙ୍କାରର ଗଣତି-ମଣତି ଶେଷ

ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ଅଳଙ୍କାରର ଗଣତି-ମଣତି ଶେଷ

ପୁରୀ: ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେଉଥିବା ଦୁର୍ଲଭ ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ ଶେଷ ହୋଇଛି । ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହୋଇଥିବା ଅଳଙ୍କାର ଓଲାଗି ପରେ ଆଜି କରାଯାଇଥିଲା ଗଣତି ମଣତି। ଦିନ ୧୧ ଟା ୩୬ ମିନିଟ୍ରେ ଗଣତି କାର୍ଯ୍ୟ ଆରମ୍ଭ ହୋଇଥିଲା । ସୁନା ଚିତା, ରାହୁ ରେଖା, ରୂପା ରସିକ ଶୁଆ ଥଣ୍ଟିଆର ଗଣତି ମଣତି କରାଯାଇଛି। ଖଟଶେଜ ଘରେ କରାଯାଇଥିଲା ସମସ୍ତ କାର୍ଯ୍ୟ । ଝୋବାର ଗଣତି ମଣତି କାର୍ଯ୍ୟ ହୋଇନାହିଁ। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି ।ମହାପ୍ରଭୁଙ୍କ ୯ଟି ଦୁର୍ଲଭ ଶ୍ରୀଅଙ୍ଗ ଲାଗି ଅଳଙ୍କାର ଗଣତି ଓ ମେଳକ କାର୍ଯ୍ୟ କରାଯାଇଛି । ଏବେ ବି ଶ୍ରୀଅଙ୍ଗରେ ଲାଗି ହୋଇଥିବାରୁ ଝୋବା କଣ୍ଠୀର ଗଣତି ମଣତି କାର୍ଯ୍ୟ ହୋଇ ହୋଇପାରିନାହିଁ । ରବିବାର ପୂର୍ବାହ୍ନ ୧୧ଟା ୩୧ରୁ ଗଣତି କାର୍ଯ୍ୟ ଆରମ୍ଭ ହୋଇ ଅପରାହ୍ନ ୧ଟା ୫୮ ମିନିଟ୍ ପର୍ଯ୍ୟନ୍ତ ଦୁର୍ଲଭ ଅଳଙ୍କାରର ଗଣତି ହୋଇଥିଲା । ପ୍ରାୟ ୨ ଘଣ୍ଟା ୨୭ ମିନିଟ୍ ଗଣତି ମଧ୍ୟରେ ୯ଟି ଯାକ ଅଳଙ୍କାରର ଗଣତି, ଓଜନ, ଭିଡିଓ ଗ୍ରାଫି, ଥ୍ରୀଡି ମ୍ୟାପିଙ୍ଗ କାର୍ଯ୍ୟ ଶେଷ ହୋଇଥିଲା । ତେବେ ରତ୍ନ ଭଣ୍ଡାର ଗଣତି କାର୍ଯ୍ୟ ଆରମ୍ଭ ହେବା ଦିନ ଠାରୁ ଆଜି ପର୍ଯ୍ୟନ୍ତ ପ୍ରାୟ ୭୮ ଘଣ୍ଟା ୩ ମିନିଟ୍ର ଗଣତି କାର୍ଯ୍ୟ ହୋଇଛି । ଆଜି ଗଣତି ମଣତି କାର୍ଯ୍ୟ ସମୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ରତ୍ନଭଣ୍ଡାର ଉଚ୍ଚସ୍ତରୀୟ କମିଟି ଅଧ୍ୟକ୍ଷ, ଜେମୋଲୋଜିଷ୍ଟ, ଛତିଶା ନିଯୋଗ ନାୟକ, ଦେଉଳକରଣ, ତଢଉକରଣ, ଭଣ୍ଡାର ମେକାପଙ୍କ ସହିତ ପ୍ରାଧିକୃତ ସେବାୟତ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking