ଗୁଣପୁର : ରାୟଗଡ଼ା ଜିଲା ଗୁଣପୁର ଏବଂ ଗଜପତି କାଶୀନଗର ରାସ୍ତାର ବଡଗୁଡ଼ା ନିକଟରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।ସୂଚନା ଅନୁସାରେ, ଦୁଇ ମଟର ସାଇକେଲ ମଧ୍ୟରେ ଧକ୍କା ହେବାରୁ ଏହି ଦୁର୍ଘଟଣା ଘଟିଛି । ଏଥିରେ ଗୁଣପୁର ସହର ସି ଟି ସ୍କୁଲ ନିକଟରେ ଥିବା ରମେଶ ବାଇକ୍ ଗ୍ୟାରେଜର ମାଲିକ ରମେଶଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି ଏବଂ ତାଙ୍କ ସହ ଥିବା ଚୀନା ନାମ ଯୁବକ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଚିନା ହେଉଛନ୍ତି ଡେରା ସାହି ବାସିନ୍ଦା ଭାନୁଗୁରୁ ସ୍ଵାମୀଙ୍କ ପୁଅ ।ବିପରୀତ ଦିଗରୁ ହୋତା ଜେରକ୍ସର ମାଲିକ ବାବୁଲା ହୋତା ଏବଂ ତାଙ୍କ ପତ୍ନୀ ଏକ ସ୍କୁଟିରେ ଆସୁଥିବା ବେଳେ ଧକ୍କା ହୋଇଥିଲା। ବାବୁଲା ହୋତା ଓ ତାଙ୍କ ପତ୍ନୀ ଗୁରୁତର ଆହତ ହୋଇଥିବାରୁ ସେମାନଙ୍କୁ ମଧ୍ୟ ଚିକିତ୍ସା ପାଇଁ ବାହାରକୁ ସ୍ଥାନାନ୍ତରିତ କରାଯାଇଛି।










