32.2 C
Bhubaneswar
Wednesday, July 8, 2026
Homeଓଡିଶାଭିଜିଲାନ୍ସ ପଞ୍ଝାରେ ଖଣି ଉପନିର୍ଦ୍ଦେଶକ

ଭିଜିଲାନ୍ସ ପଞ୍ଝାରେ ଖଣି ଉପନିର୍ଦ୍ଦେଶକ

ଜୟପୁର: ଜୟପୁର ସ୍ଥିତ ଖଣି ବିଭାଗର ଉପନିର୍ଦ୍ଦେଶକ ସତ୍ୟଜିତ ରାଉତ ୨ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଓଡିଶା ଭିଜିଲାନ୍ସ ଦ୍ୱାରା ଧରାପଡିଛନ୍ତି । ବାଲିଘାଟ ଇଜାରାର ଅବଧି ବୃଦ୍ଧି କରିବା ସହ ଭବିଷ୍ୟତରେ ସ୍ପଟ ନିଲାମରେ ସୁବିଧା ଯୋଗାଇଦେବା ପାଇଁ ସେ ଜଣେ ବ୍ୟବସାୟୀଙ୍କଠାରୁ ଏହି ଲାଞ୍ଚ ଦାବି କରିଥିଲେ । ଲାଞ୍ଚ ରାଶି ଗ୍ରହଣ ସମୟରେ ଭିଜିଲାନ୍ସ ଟିମ ଚଢାଉ କରି ତାଙ୍କୁ କାବୁ କରିଥିଲ।। ଏବଂ ୨ ଲକ୍ଷ ଟଙ୍କା ଜବତ କରିଛି । ଏହାପରେ ଭିଜିଲାନ୍ସ ପକ୍ଷରୁ ଜୟପୁରର ଲିଙ୍ଗରାଜ ନଗରସ୍ଥିତ ବାସଭବନ, କଟକ ଜିଲାର ବିଦ୍ୟାଧରପୁର ଓ ମାହାଙ୍ଗା ଅଞ୍ଚଳର ଓଳକଣାସ୍ଥିତ ଘରେ ଏକକାଳୀନ ଚଢାଉ କରାଯାଇଥିଲା । ଏହି ଚଢାଉବେଳେ ଜୟପୁର ବାସଭବନରୁ ଆଉ ୨ ଲକ୍ଷ ୯୦ ହଜାର ଟଙ୍କା ନଗଦ ଜବତ କରାଯାଇଛି । ଫଳରେ ମୋଟ ୪ ଲକ୍ଷ ୯୦ ହଜାର ଟଙ୍କା ନଗଦ ହୋଇଛି । ଏହି ଘଟଣାରେ କୋରାପୁଟ ଭିଜିଲାନ୍ସ ଥାନାରେ ଦୁର୍ନୀତି ନିବାରଣ ଆଇନ, ୨୦୧୮ ର ଧାରା ୭ ଅନୁଯାୟୀ, ମାମଲା ରୁଜୁ କରାଯାଇଛି । ଏହାସହ ଘଟଣାର ଅଧିକ ତଦନ୍ତ ଜାରି ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking