32.2 C
Bhubaneswar
Wednesday, July 8, 2026
Homeଓଡିଶାହୀରାକୁଦ ଡ୍ୟାମ୍‌ର ସୁପରିଚାଳନା ପାଇଁ ବୈଠକ

ହୀରାକୁଦ ଡ୍ୟାମ୍‌ର ସୁପରିଚାଳନା ପାଇଁ ବୈଠକ

ଭୁବନେଶ୍ୱର:  ମହାନଦୀକୁ ନେଇ ଓଡ଼ିଶା, ଛତିଶଗଡ଼ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ବୈଠକ । ବୈଠକ ପରେ ସାମ୍ନାକୁ ଆସିଲା ହୀରାକୁଦ ବନ୍ଧକୁ ନେଇ ଗୁରୁତ୍ବପୂର୍ଣ୍ଣ ତଥ୍ୟ। ବନ୍ୟା ମୁକାବିଲା ପାଇଁ ଦୁଇ ରାଜ୍ୟର ଅଧିକାରୀଙ୍କ ମଧ୍ୟରେ ତଥ୍ୟର ଆଦାନପ୍ରଦାନ । ମହାନଦୀ ଅବବାହିକାରେ କରିଥିବା ବାରେଜ୍‌ ରୁ ଜଳ ନିସ୍କାନନ ନେଇ ସଠିକ୍ ତଥ୍ୟ ଦେଉନି ଛତିଶଗଡ଼ । ଚଳିତ ମୌସୁମୀ ଋତୁରେ ହୀରାକୁଦ ଜଳଭଣ୍ଡାରର ଜଳ ପରିଚାଳନା ଏବଂ ବନ୍ୟା ନିୟନ୍ତ୍ରଣକୁ ଅଧିକ ବ୍ୟବସ୍ଥିତ କରିବା ପାଇଁ ଓଡ଼ିଶା ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି । ମହାନଦୀ ବେସିନର ମୁଖ୍ୟ ଯନ୍ତ୍ରୀ ତଥା ବେସିନ ମ୍ୟାନେଜର ଏ ନେଇ ଛତିଶଗଡ଼ର ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଏକ ଚିଠି ଲେଖିଛନ୍ତି ।  ହୀରାକୁଦ ଡ୍ୟାମ କର୍ତ୍ତୃପକ୍ଷ ଛତିଶଗଡ଼ରେ ମହାନଦୀ, ସେଓନାଥ, ହସଦେଓ ଏବଂ ମାଣ୍ଡ ନଦୀ ଅବବାହିକାରେ ଥିବା ଗଜ୍ ସାଇଟଗୁଡ଼ିକରୁ ଜଳସ୍ତର ଏବଂ ନିଷ୍କାସନ ସମ୍ବନ୍ଧୀୟ ତଥ୍ୟ ପାଇବାକୁ ଚାହୁଁଛନ୍ତି। ବର୍ତ୍ତମାନ ସରାଡ଼ିହି ଓ ସିଓରିନାରାୟଣ ବ୍ୟାରେଜ୍ ନିର୍ମାଣ ହେବା ପରେ, ସେଠାରେ ଥିବା ପୂର୍ବତନ ଗଜ୍ ସାଇଟଗୁଡ଼ିକରୁ ମିଳୁଥିବା ତଥ୍ୟ ଆଉ ସଠିକ୍ ଭାବେ ମିଳୁନାହିଁ। ହୀରାକୁଦ କର୍ତ୍ତୃପକ୍ଷ କଳମା, ସରାଡ଼ିହି, ବସନ୍ତପୁର, ମିରୌନୀ, ସିଓରିନାରାୟଣ ଏବଂ ସାମୋଦା ବ୍ୟାରେଜରୁ ପ୍ରତି ତିନି ଘଣ୍ଟାରେ ଜଳ ସମ୍ବନ୍ଧୀୟ ତଥ୍ୟ ମାଗିଛନ୍ତି ହୀରାକୁଦ କର୍ତ୍ତୃପକ୍ଷ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking