26.1 C
Bhubaneswar
Friday, July 3, 2026
Homeଓଡିଶାରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘ ସହ ମାନ୍ୟବର ରାଜସ୍ୱ ମନ୍ତ୍ରୀଙ୍କ ବୈଠକ

ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘ ସହ ମାନ୍ୟବର ରାଜସ୍ୱ ମନ୍ତ୍ରୀଙ୍କ ବୈଠକ

ଭୁବନେଶ୍ୱର: ଲୋକସେବା ଭବନଠାରେ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘର ସଦସ୍ୟବୃନ୍ଦଙ୍କ ସହ ବୈଠକରେ ଆଲୋଚନା କରିଛନ୍ତି l ଏହି ପରିପ୍ରେକ୍ଷୀରେ କ୍ଷେତ୍ରସ୍ତରରେ କାର୍ଯ୍ୟ କରୁଥିବା ରାଜସ୍ୱ ନିରୀକ୍ଷକ (RI), ଅତିରିକ୍ତ ରାଜସ୍ୱ ନିରୀକ୍ଷକ (ARI), ଅମୀନ ତଥା ଅନ୍ୟ ଅଧିକାରୀ ଏବଂ କର୍ମଚାରୀମାନଙ୍କ ବିଭିନ୍ନ ସମସ୍ୟା ସହିତ ରାଜସ୍ୱ ପ୍ରଶାସନକୁ ସୁଦୃଢ଼ କରିବା ଦିଗରେ ସେମାନଙ୍କର କାର୍ଯ୍ୟଦକ୍ଷତା ବୃଦ୍ଧି ଏବଂ ଅନ୍ଯାନ୍ଯ ଆବଶ୍ୟକୀୟ ଆନୁସାଙ୍ଗିକ ସୁବିଧାସୁଯୋଗ ଯୋଗାଇଦେବା ସମ୍ପର୍କରେ ବିସ୍ତ୍ରୁତ ଆଲୋଚନା ହୋଇଥିଲା l ବୈଠକର ଆଗାମୀ ଦିନରେ RI ସର୍କଲ୍ ଗୁଡ଼ିକର ପରିଧି ହ୍ରାସ କରି କାର୍ଯ୍ୟ ପରିଚାଳନାକୁ ଅଧିକ ସୁଗମ ଓ ଦକ୍ଷ କରିବା, ସମସ୍ତ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟକୁ ଆନୁସଙ୍ଗିକ କାର୍ଯ୍ୟ ନିମନ୍ତେ ଆବଶ୍ୟକୀୟ ପାଣ୍ଠି ପ୍ରଦାନ, ବିଭିନ୍ନ ପଦବୀରେ ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ନିମନ୍ତେ ଚୟନ ବ୍ୟବସ୍ଥାକୁ ଅଧିକ ସ୍ଵଚ୍ଛ, ସୁଦୃଢ଼ ଏବଂ ସରଳ କରିବା ଏବଂ କ୍ଷେତ୍ର ପରିଦର୍ଶନ ପାଇଁ ଆବଶ୍ୟକୀୟ ଖର୍ଚ୍ଚ ବହନ ନିମନ୍ତେ ଉପଯୁକ୍ତ ବ୍ୟବସ୍ଥା କରାଯିବା ଉପରେ ଗୁରୁତ୍ଵ ଦିଆଯାଇଥିଲା l ସେହିପରି ଅଧିକାରୀ ଓ କର୍ମଚାରୀଙ୍କ ପଦୋନ୍ନତିକୁ ବ୍ୟବସ୍ଥିତ କରିବା ଏବଂ କ୍ୟାଡର୍ ରୁଲ୍ ସଂଶୋଧନ ତଥା କ୍ୟାଡର୍ ପୁନର୍ଗଠନ ସମ୍ପର୍କିତ ପ୍ରସ୍ତାବଗୁଡ଼ିକର ବିଚାର କରାଯିବା ସମ୍ପର୍କରେ ଆଲୋଚନା ହୋଇଥିଲା l ଏହି ପରିପ୍ରେକ୍ଷୀରେ ମାନ୍ୟବର ମନ୍ତ୍ରୀ ସମସ୍ତ କ୍ଷେତ୍ର ଅଧିକାରୀଙ୍କୁ ନିଜର ଦାୟିତ୍ଵ ନିଷ୍ଠା ଓ ସଚ୍ଚୋଟତାର ସହିତ ସମ୍ପାଦନ କରିବା ସହ ସାଧାରଣ ଜନତାଙ୍କ ନିକଟରେ ରାଜସ୍ୱ ସେବାକୁ ଅଧିକ ସହଜରେ ପହଞ୍ଚାଇବା ଦିଗରେ ସମର୍ପିତ ହୋଇ କାର୍ଯ୍ୟ କରିବାକୁ ଆହ୍ଵାନ ଜଣାଇଥିଲେ l ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘ ପକ୍ଷରୁ ମାନ୍ୟବର ମନ୍ତ୍ରୀଙ୍କୁ ସେମାନଙ୍କ ସମସ୍ୟାର ସମ୍ବେଦନଶୀଳ ବିଚାର ସହ ସମାଧାନ ପାଇଁ ସକରାତ୍ମକ ଆଶ୍ବାସନା ପ୍ରଦାନ କରିଥିବାରୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା l ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ, ବିଭାଗର ସମସ୍ତ ବରିଷ୍ଠ ଅଧିକାରୀବୃନ୍ଦ ଏବଂ ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘର କର୍ମକର୍ତ୍ତାବୃନ୍ଦ ଉପସ୍ଥିତ ଥିଲେ l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking