36 C
Bhubaneswar
Monday, June 29, 2026
Homeଓଡିଶାଲୁହା ରଡରେ ପିଟି ପିଟି ଯୁବକଙ୍କୁ ହତ୍ୟା !

ଲୁହା ରଡରେ ପିଟି ପିଟି ଯୁବକଙ୍କୁ ହତ୍ୟା !

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପୁଣି ଘଟିଛି ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ। ଜଣେ ଯୁବକଙ୍କୁ ଲୁହା ରଡରେ ନିର୍ମମ ଭାବେ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ଆସିଛି। ହତ୍ୟା ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।ମୃତକଙ୍କ ପରିଚୟ ଗଞ୍ଜାମ ଜିଲ୍ଲାର କୃଷ୍ଣଚନ୍ଦ୍ର ପାଢୀ ବୋଲି ଜଣାପଡ଼ିଛି। ଘଟଣା ଖବର ପାଇ ଖଣ୍ଡଗିରି ଥାନା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୋଲିସ ପ୍ରମାଣ ସଂଗ୍ରହ କରିବା ସହ ଘଟଣାର ସମସ୍ତ ଦିଗକୁ ନେଇ ଖୋଳତାଡ଼ କରୁଛି।ତେବେ ଏହି ହତ୍ୟାକାଣ୍ଡର ପଛର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ପୂର୍ବ ଶତ୍ରୁତା, ବ୍ୟକ୍ତିଗତ ବିବାଦ ନା ଅନ୍ୟ କୌଣସି କାରଣରୁ ଏହି ହତ୍ୟା ଘଟିଛି, ସେନେଇ ପୋଲିସ ତଦନ୍ତ ଜାରି ରଖିଛି। ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ଚଢ଼ାଉ ଜାରି ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking