36 C
Bhubaneswar
Monday, June 29, 2026
Homeଓଡିଶାଗାଧୋଇଲେ କାଳିଆ: ସ୍ନାନବେଦୀରେ ଭକ୍ତିରେ ଭିଜିଲା ଶ୍ରୀକ୍ଷେତ୍ର

ଗାଧୋଇଲେ କାଳିଆ: ସ୍ନାନବେଦୀରେ ଭକ୍ତିରେ ଭିଜିଲା ଶ୍ରୀକ୍ଷେତ୍ର

ପୁରୀ: ଗାଧୋଇଲେ କାଳିଆ ସାଆନ୍ତେ । ଭକ୍ତଙ୍କ ଅପେକ୍ଷାର ହେଲା ଅନ୍ତ । ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ସ୍ନାନବେଦୀରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଦିବ୍ୟ ସ୍ନାନ ନୀତି ଭକ୍ତିମୟ ପରିବଶରେ ସମ୍ପନ୍ନ ହେଉଛି । ଧାଡି ପହଣ୍ଡିରେ ରତ୍ନବେଦୀ ଛାଡି ସ୍ନାନମଣ୍ଡପକୁ ବିଜେ କରିବା ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ୧୦୮ ଗରା ସୁବାସିତ ଜଳରେ ମହାସ୍ନାନ କରାଯାଉଛି । ଏହି ଦୁର୍ଲଭ ଦୃଶ୍ୟର ସାକ୍ଷୀ ହେବା ପାଇଁ ପୁରୀ ବଡଦାଣ୍ଡରେ ଜମିଛି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ । କାହା ହାତରେ ତୁଳସୀ, କାହା ମୁହଁରେ ଜୟ ଜଗନ୍ନାଥ ର ଧ୍ୱନି ଆଉ କାହା ଆଖିରେ ଭକ୍ତିର ଅଶ୍ରୁ । ବହୁ ଦିନର ଅପେକ୍ଷା ପରେ ଆଜି ମହାପ୍ରଭୁଙ୍କ ଏହି ମହାମାନବୀୟ ଲୀଳାକୁ ଦେଖି ଭକ୍ତମାନେ ନିଜକୁ ଧନ୍ୟ ମନେ କରୁଛନ୍ତି । ଘଣ୍ଟ, ଘଣ୍ଟା, ଶଙ୍ଖ ଓ ହରିବୋଲ ଧ୍ୱନିରେ ପ୍ରକମ୍ପିତ ହେଉଛି ଶ୍ରୀକ୍ଷେତ୍ର । ଭକ୍ତ ଓ ଭଗବାନଙ୍କ ଏହି ଅପୂର୍ବ ମିଳନରେ ଭାବବିହ୍ୱଳ ହୋଇଉଠିଛି ସାରା ପୁରୀ । ମହାସ୍ନାନ ପରେ ମହାପ୍ରଭୁ ଧାରଣ କରିବେ ତାଙ୍କର ଅତ୍ୟନ୍ତ ଦୁର୍ଲଭ ଗଜାନନ ବା ହାତୀବେଶ । ବର୍ଷକୁ ମାତ୍ର ଥରେ ଏହି ଦିବ୍ୟ ବେଶରେ ଚତୁର୍ଦ୍ଧାମୂର୍ତ୍ତି ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ସେହି ଦୁର୍ଲଭ ମୁହୂର୍ତ୍ତର ସାକ୍ଷୀ ହେବା ପାଇଁ ଏବେ ବି ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ଅପେକ୍ଷା ଜାରି ରହିଛି । “ଜୟ ଜଗନ୍ନାଥ” ଧ୍ୱନିରେ କମ୍ପୁଛି ବଡ଼ଦାଣ୍ଡ, ଆଉ ଭକ୍ତିର ସ୍ରୋତରେ ଭାସୁଛି ସମଗ୍ର ଶ୍ରୀକ୍ଷେତ୍ର ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking