37.8 C
Bhubaneswar
Wednesday, June 24, 2026
Homeଓଡିଶାମେଡିସିନ ଖାଇ ୭ କଏଦୀ ଅସୁସ୍ଥ

ମେଡିସିନ ଖାଇ ୭ କଏଦୀ ଅସୁସ୍ଥ

ଭୁବନେଶ୍ୱର: ଝାରପଡ଼ା ଜେଲ୍ ଭିତରେ ନିଶାଦ୍ରବ୍ୟ କାରବାର ଏବଂ ୭ କଏଦୀଙ୍କ ଅସୁସ୍ଥତା ଘଟଣାକୁ ଗୁରୁତର ସହ ନେଇଛି କାରା ବିଭାଗ । ଡିଜିଙ୍କ ନିର୍ଦ୍ଦେଶକ୍ରମେ ଦୁଇ ଡିଆଜିଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଥିବାବେଳେ ଡିଆଜି ବୀରେନ୍ ସାହୁ ଆଜି ଝାରପଡ଼ା ଜେଲରେ ପହଞ୍ଚି ସ୍ଥିତିର ସମୀକ୍ଷା କରିଛନ୍ତି । ତଦନ୍ତର ଅଂଶ ଭାବେ ଜେଲର ସମସ୍ତ ସିସିଟିଭି ଫୁଟେଜ୍ ଯାଞ୍ଚ କରାଯିବା ସହ ଘଟଣା ସମୟରେ ଉପସ୍ଥିତ ଥିବା ଅନ୍ୟ ଅନ୍ତେବାସୀଙ୍କୁ ମଧ୍ୟ ପଚରାଉଚରା କରାଯିବ ।ଜେଲ୍ ଭିତରକୁ ନିଶାଦ୍ରବ୍ୟ କିପରି ପ୍ରବେଶ କଲା, ଏଥିରେ କାହାର ସମ୍ପୃକ୍ତି ରହିଛି ଏବଂ କୌଣସି ସୁରକ୍ଷା ତ୍ରୁଟି ହୋଇଛି କି ନାହିଁ, ସେସବୁ ଦିଗକୁ ଗୁରୁତ୍ୱର ସହ ଖୋଳତାଡ଼ କରାଯାଉଛି । ଡିଆଜି ବୀରେନ୍ ସାହୁ ସ୍ପଷ୍ଟ କରିଛନ୍ତି, ଯଦି ଜେଲ୍ ଭିତରେ ନିଶା କାରବାର କିମ୍ବା କୌଣସି କର୍ମଚାରୀଙ୍କ ସମ୍ପୃକ୍ତି ପ୍ରମାଣିତ ହୁଏ, ତେବେ କୌଣସି ପ୍ରକାର କୋହଳ ନକରି କଡ଼ାରୁ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହି ଘଟଣା ପରେ ଝାରପଡ଼ା ଜେଲର ସୁରକ୍ଷା ବ୍ୟବସ୍ଥା ଓ ପ୍ରଶାସନିକ କାର୍ଯ୍ୟକଳାପକୁ ନେଇ ଏବେ ଅନେକ ପ୍ରଶ୍ନ ଉଠିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking