37.8 C
Bhubaneswar
Wednesday, June 24, 2026
Homeଓଡିଶାହୋଟେଲ୍ ମାଲିକ ହତ୍ୟା: ଅଭିଯୁକ୍ତକୁ ପୁରୀ ପୁଲିସର ଏନକାଉଣ୍ଟର

ହୋଟେଲ୍ ମାଲିକ ହତ୍ୟା: ଅଭିଯୁକ୍ତକୁ ପୁରୀ ପୁଲିସର ଏନକାଉଣ୍ଟର

ପୁରୀ: ବଳିଆପଣ୍ଡା ଥାନା ଅଞ୍ଚଳରେ ଥିବା ମନୋରମା ହୋଟେଲର ମାଲିକ ପବିତ୍ର ନାୟକଙ୍କ ହତ୍ୟା ମାମଲାରେ ସଂପୃକ୍ତ ଅଭିଯୁକ୍ତକୁ ଏନକାଉଣ୍ଟର କରିଛି ପୁରୀ ପୁଲିସ। ଅଭିଯୁକ୍ତ ହେଉଛନ୍ତି ଚନ୍ଦନ କୁମାର ପଲାର। ଅଭିଯୁକ୍ତଙ୍କ ବାମ ଗୋଡ଼଼ରେ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ତାଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି । ମୁଖ୍ୟ ଅଭିଯୁକ୍ତ ଚିନ୍ମୟ ପଲାର ସହିତ ଅନ୍ୟ ଜଣେ ଫେରାର ହୋଇଥିବା ଜଣାଯାଇଛି। ଏନେଇ ପୁଲିସ ଅଧିକ ତଦନ୍ତ ଜାରି ରଖିଛି । ଏଣେ ଡାକ୍ତରଖାନା ପରିସରରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି।ସୂଚନାଯୋଗ୍ୟ, ପୁରୀ ବଳିଆପଣ୍ଡା ଥାନା ଅଞ୍ଚଳରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ସ୍ଥାନୀୟ ମନୋରମା ହୋଟେଲର ମାଲିକ ପବିତ୍ର ନାୟକଙ୍କୁ ଗତକାଲି ବିଳମ୍ବିତ ରାତିରେ ହତ୍ୟା କରାଯାଇଛି।ପବିତ୍ର ନାୟକ ବଳିଆପଣ୍ଡା ଅଞ୍ଚଳରେ ମନୋରମା ନାମକ ହୋଟେଲ ଚଳାଉଥିଲେ। ଗତକାଲି ରାତିରେ ତାଙ୍କୁ ଛୁରୀ ମାରି ହତ୍ୟା କରାଯାଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି ଏବଂ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଇଛି। ବଳିଆପଣ୍ଡା ପୁଲିସ ଏହି ଘଟଣାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking