37.8 C
Bhubaneswar
Wednesday, June 24, 2026
Homeଓଡିଶାନ୍ୟାୟ ଦାବିରେ ରାସ୍ତାକୁ ଓହ୍ଲାଇଲେ ସରପଞ୍ଚ ଚାମେଲି ଓଝା

ନ୍ୟାୟ ଦାବିରେ ରାସ୍ତାକୁ ଓହ୍ଲାଇଲେ ସରପଞ୍ଚ ଚାମେଲି ଓଝା

ମହାକାଳପଡ଼ା: ନ୍ୟାୟ ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି ମହାକାଳପଡ଼ା ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝା । ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ସହ ମହାକାଳପଡ଼ା ଥାନା ଆଇଆଇସି ଏବଂ ମହାକାଳପଡ଼ା ବିଡିଓଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବିରେ ସେ ପ୍ରତିବାଦ ଆରମ୍ଭ କରିଛନ୍ତି । ଅଭିଯୁକ୍ତଙ୍କୁ ଗିରଫ ସହ ଥାନା ଆଇଆଇସିଙ୍କ ବଦଳି ଦାବି ।ଗରାପୁରସ୍ଥିତ ଗାନ୍ଧୀ ପ୍ରତିମୂର୍ତ୍ତି ନିକଟରୁ ସମର୍ଥକଙ୍କ ସହ ପଦଯାତ୍ରା କରି ଚାମେଲି ଓଝା କେନ୍ଦ୍ରାପଡ଼ା ଏସପି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି । ଦାବି ପୂରଣ ନହେବା ପର୍ଯ୍ୟନ୍ତ ସେ ଏସପି କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଧିଷ୍ଟକାଳୀନ ଧାରଣାରେ ବସିବେ ବୋଲି ଘୋଷଣା କରିଛନ୍ତି । ଏହି ପ୍ରତିବାଦକୁ ନେଇ କେନ୍ଦ୍ରାପଡ଼ାରେ ରାଜନୈତିକ ସରଗରମି ବଢ଼ିଥିବାବେଳେ, ପ୍ରଶାସନର ପରବର୍ତ୍ତୀ ପଦକ୍ଷେପ ଉପରେ ସମସ୍ତଙ୍କ ନଜର ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking