ଭୁବନେଶ୍ୱର: ୪୨ କୋଟି ଟଙ୍କାର ସୁଧ ରିହାତି ଯୋଜନା ମଞ୍ଜୁର କଲେ ରାଜ୍ୟ ସରକାର । ୫ ବର୍ଷ ପାଇଁ ୪୨ କୋଟି, ଚଳିତ ଆର୍ଥିକ ବର୍ଷ ପାଇଁ ୫ କୋଟି ଆବଣ୍ଟନ କରାଯାଇଛି । ପ୍ରାୟ ୨,୭୦୦ ପ୍ରାଥମିକ କୃଷି ସମବାୟ ସମିତିକୁ ସାମିଲ କରାଯିବ । ଏହି ଯୋଜନା ପ୍ୟାକ୍ସ କିମ୍ବା ଲାମ୍ପସର ଆର୍ଥିକ ସମସ୍ୟାର ସମାଧାନ କରିବ । ଚାଷ ପୂର୍ବରୁ ସାର ମହଜୁଦ ରଖିବା ଯୋଗୁଁ ସମିତିଗୁଡିକ ଉପରେ ସୁଧ ବୋଝ ପଡିଥାଏ । ଏହି ଯୋଜନା ଦ୍ୱାରା ସାଗରର ଅଗ୍ରୀମ ମହଜୁଦ ସମ୍ପୁର୍ଣ୍ଣ ସୁଧ ମୁକ୍ତ ହୋଇପାରିବ ।










