ଜଗତସିଂହପୁର: ଜଗତସିଂହପୁରରେ ରକ୍ତାକ୍ତ କାଣ୍ଡ । ଭୋଜି ଖାଇବାକୁ ଯାଇଥିବା ଜଣେ ଯୁବକଙ୍କ ଉପରେ ହେଲା ଛୁରାମାଡ଼ । ଗୁରୁତର ଅବସ୍ଥାରେ ପ୍ରଥମେ ସ୍ଥାନୀୟ ହସ୍ପିଟାଲ ଏରେ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ଜୀବନ-ମୃତ୍ୟୁ ସହ ସଂଘର୍ଷ କରିବା ପରେ ଆଖି ବୁଜିଛନ୍ତି ଯୁବକ । ଘଟଣା ପରେ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଥିବା ବେଳେ ପୁଲିସ୍ ତଦନ୍ତ ଆରମ୍ଭ କରିଛି ।










