36 C
Bhubaneswar
Monday, June 29, 2026
Homeଓଡିଶାଦେବସ୍ନାନ ପୂର୍ଣ୍ଣିମାରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଓ ସ୍ନାନ ନୀତି: ଇସ୍କନରେ ଭକ୍ତଙ୍କ ଭିଡ଼

ଦେବସ୍ନାନ ପୂର୍ଣ୍ଣିମାରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଓ ସ୍ନାନ ନୀତି: ଇସ୍କନରେ ଭକ୍ତଙ୍କ ଭିଡ଼

ପୁରୀ: ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଓ ସ୍ନାନ ନୀତି ସମ୍ପନ୍ନ ହେଉଛି । ସକାଳୁ ସକାଳୁ ମନ୍ଦିର ପରିସରକୁ ଛୁଟି ଆସିଛନ୍ତି ହଜାର ହଜାର ଭକ୍ତ । କିଏ ହାତରେ ତୁଳସୀମାଳା ଧରିଛନ୍ତି, ତ ଆଉ କିଏ ହରିନାମ ସଂକୀର୍ତ୍ତନରେ ନିଜକୁ ସାମିଲ କରିଛନ୍ତି । ବେଦମନ୍ତ୍ର ଓ ଶଙ୍ଖଧ୍ୱନି ମଧ୍ୟରେ ମହାପ୍ରଭୁଙ୍କୁ ସୁଗନ୍ଧିତ ପବିତ୍ର ଜଳରେ ସ୍ନାନ କରାଯାଉଛି । ପୁଷ୍ପ, ଚନ୍ଦନ ଓ ବିଭିନ୍ନ ସୁଗନ୍ଧିତ ଦ୍ରବ୍ୟରେ ସଜ୍ଜିତ ହୋଇ ଚତୁର୍ଦ୍ଧାମୂର୍ତ୍ତି ଭକ୍ତଙ୍କୁ ଦିବ୍ୟ ଦର୍ଶନ ଦେଉଛନ୍ତି । ମନ୍ଦିର ପରିସରରେ ଚାଲିଛି ଅଖଣ୍ଡ ନାମ ସଂକୀର୍ତ୍ତନ ।ଭକ୍ତମାନେ ନାଚି ନାଚି ହରେ କୃଷ୍ଣ ମହାମନ୍ତ୍ର ଗାନ କରୁଥିବା ବେଳେ ସମଗ୍ର ପରିବେଶ ଭକ୍ତିମୟ ହୋଇଉଠିଛି । ପୁରାଣ ଅନୁସାରେ, ଜ୍ୟେଷ୍ଠ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ତାଙ୍କ ଆବିର୍ଭାବ ଉତ୍ସବ ଭାବେ ପାଳନ କରାଯାଏ । ଏହି ଦିନ ମହାପ୍ରଭୁଙ୍କ ସ୍ନାନ ଦର୍ଶନ କଲେ ଅନେକ ପୁଣ୍ୟ ଲାଭ ହୁଏ ବୋଲି ଭକ୍ତମାନଙ୍କର ଅଗାଧ ବିଶ୍ୱାସ ରହିଛି । ସେଥିପାଇଁ କେବଳ ପୁରୀ ନୁହେଁ, ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ଜଗନ୍ନାଥ ମନ୍ଦିରରେ ଆଜି ଲାଗିଛି ଶ୍ରଦ୍ଧାଳୁଙ୍କ ଅସମ୍ଭାଳ ଭିଡ଼ । ପ୍ରତ୍ୟେକଙ୍କ ମୁହଁରେ ଗୋଟିଏ ନାମ ଜୟ ଜଗନ୍ନାଥ, ଆଉ ପ୍ରତ୍ୟେକଙ୍କ ମନରେ ଗୋଟିଏ ପ୍ରାର୍ଥନା ମହାପ୍ରଭୁଙ୍କ ଅପାର କୃପା ସମଗ୍ର ବିଶ୍ୱ ଉପରେ ବର୍ଷିତ ହେଉ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking