38.2 C
Bhubaneswar
Thursday, June 25, 2026
Homeଓଡିଶାଲୁଟେରାଙ୍କ ଟାର୍ଗେଟରେ ମନ୍ଦିର

ଲୁଟେରାଙ୍କ ଟାର୍ଗେଟରେ ମନ୍ଦିର

ଭୁବନେଶ୍ୱର: ଗତ କିଛିଦିନ ହେବ ଅସ୍ତରଙ୍ଗ ଏବଂ କାକଟପୁର ଅଞ୍ଚଳର ବିଭିନ୍ନ ମଠ ମନ୍ଦିରରୁ ଲଗାତାର ଭାବରେ ଚୋରି ହୋଇ ଚାଲିଛି ।  ଲୁଟେରା ମାନଙ୍କର ଟାର୍ଗେଟରେ ମନ୍ଦିର ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୮ଟି ମନ୍ଦିରରୁ ଚୋରି ହୋଇସାରିଲାଣି କିନ୍ତୁ ପୁରୀଜିଲ୍ଲା ପୁଲିସର କୌଣସି ନିଘା ରହିଥିବା ଦେଖିବାକୁ ମିଳୁନି । ଗତକାଲି ବିଳମ୍ବିତ ରାତିରେ ଶିଶୁଅ ପଞ୍ଚାୟତରସାନଓଲ୍ଲା ଗ୍ରାମର ହରିଶହଦେବ ମନ୍ଦିରରୁ ଲୁଟେରା ମାନେ ପ୍ରାୟ ତେରଶହ ଗ୍ରାମର ରୂପା ମୁକୁଟ, ପିତ୍ତଳ ହଣ୍ଡା, ହୁଣ୍ଡି ବାକ୍ସରୁ ନଗଦ ଟଙ୍କା ଚୋରି ହୋଇଥିବା ଦେଖିବାକୁ ମିଳିଛି ।ଯାହାକୁ ନେଇ ଆଇନଶୃଙ୍ଖଳା  ବ୍ୟବସ୍ଥା ଉପରୁ ଲୋକମାନଙ୍କର ଆସ୍ଥା ତୁଟିବାରେ ଲାଗିଛି । ଅସ୍ତରଙ୍ଗ ଥାନା ଶିଶୁଅ ପଂଚାୟତ ରେ ଦୁଇ ଦିନରେ ଏହି ମନ୍ଦିରକୁ ମିଶାଇ ଚାରୋଟି ମନ୍ଦିର ମଠରୁ ଚୋରି ହେଲାଣି l ଅସ୍ତରଙ୍ଗ ପୋଲିସ ଚୋରକୁ ଠାବ କରି ଚୋରି ସାମଗ୍ରୀକୁ ଜବତ କରିବାରେ ବିଫଳ ହୋଇଛି l ଆଜି ପ୍ରସିଦ୍ଧ ହରି ସହଦେଵ ରାଧା କୃଷ୍ଣ ମନ୍ଦିରରୁ ଚୋରି ହେବା ଘଟଣା ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking