32.7 C
Bhubaneswar
Thursday, June 25, 2026
Homeଦେଶ ବିଦେଶକାବେରୀ ନଦୀରେ ବୁଡ଼ି ୫ ଜଣଙ୍କ ମୃତ୍ୟୁ

କାବେରୀ ନଦୀରେ ବୁଡ଼ି ୫ ଜଣଙ୍କ ମୃତ୍ୟୁ

କର୍ଣ୍ଣାଟକ: କର୍ଣ୍ଣାଟକର ମାଣ୍ଡ୍ୟା ଜିଲ୍ଲାର ମୁଥାଥି ଅଞ୍ଚଳରେ ଘଟିଛି ଏକ ହୃଦୟବିଦାରକ ଅଘଟଣ । କାବେରୀ ନଦୀରେ ବୁଡ଼ି ୫ ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ୪ ଜଣ ମହିଳା ଥିବା ସୂଚନା ମିଳିଛି । ସୂଚନା ଅନୁସାରେ, ଏକ ଦଳ ପର୍ଯ୍ୟଟକ ମାଣ୍ଡ୍ୟା ଜିଲ୍ଲାର ମୁଥାଥି ଅଞ୍ଚଳକୁ ବୁଲିବାକୁ ଯାଇଥିଲେ । ସେମାନେ କାବେରୀ ନଦୀ କୂଳରେ ସମୟ ବିତାଉଥିବାବେଳେ କିଛି ଲୋକ ନଦୀ ଭିତରକୁ ପଶି ପହଁରିବା ସହ ଭିଡିଓ ଓ ଫଟୋ ଉଠାଉଥିଲେ । ଏହି ସମୟରେ ନଦୀର ଗଭୀର ପାଣି ଓ ପ୍ରବଳ ସ୍ରୋତରେ ସେମାନେ ଭାସିଯାଇଥିଲେ ।ଘଟଣାସ୍ଥଳରେ ଥିବା ଅନ୍ୟ ଲୋକମାନେ ସେମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇପାରିନଥିଲେ । ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଅଭିଯାନ ଚଳାଇଥିଲେ । ପରେ ୫ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ମୃତଦେହଗୁଡ଼ିକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ଘଟଣାକୁ ନେଇ ହାଲାଗୁର ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଏହି ଦୁଃଖଦ ଘଟଣା ପୁଣିଥରେ ସତର୍କ କରିଦେଇଛି ଯେ, ନଦୀ କିମ୍ବା ଜଳାଶୟ ନିକଟରେ ସେଲଫି ଓ ଭିଡିଓ କରିବାବେଳେ ସାମାନ୍ୟ ଅସାବଧାନତା ମଧ୍ୟ ଜୀବନ ପ୍ରତି ବଡ଼ ବିପଦ ସୃଷ୍ଟି କରିପାରେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking