35.9 C
Bhubaneswar
Friday, June 19, 2026
Homeଓଡିଶାସହକାରୀ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି

ସହକାରୀ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି

କୋରାପୁଟ: କୋରାପୁଟ ଜିଲାର କୋଟପାଡ଼ ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀ (ଏଇଇ) ସତ୍ୟନାରାୟଣ ସେଠୀଙ୍କ ବିରୋଧରେ ଆୟବର୍ହିଭୂତ ସମ୍ପତ୍ତି ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଚାଲିଥିବା ଚଢ଼ାଉରେ ଏ ପର୍ଯ୍ୟନ୍ତ ବିପୁଳ ପରିମାଣର ସମ୍ପତ୍ତି ଠାବ କରାଯାଇଛି। ଜଟଣୀରେ ଏକ ୨-ବିଏଚେ୍‌କେ ଫ୍ଲାଟ, ବୋରିଗୁମ୍ମା ତହସିଲ ତାରାଗାଁରେ ୧୪.୩୮ ଏକର ପରିମିତ ଦୁଇଟି ଫାର୍ମହାଉସ, କୋରାପୁଟ ଜିଲାର ବିଭିନ୍ନ ଅଞ୍ଚଳରେ ୩୨ଟି ମୂଲ୍ୟବାନ ପ୍ଲଟ୍‌, ୩୦୦ ଗ୍ରାମ ସୁନା ଅଳଙ୍କାର ଓ ୫.୪୮ ଲକ୍ଷ ଟଙ୍କା ନଗଦ ମିଳିଛି।ଏହି ସମ୍ପତ୍ତିଗୁଡ଼ିକର ମାପଜୋଖ ଓ ମୂଲ୍ୟାଙ୍କନ କାର୍ଯ୍ୟ ଭିଜିଲାନ୍ସର ଟେକ୍ନିକାଲ ୱିଙ୍ଗ ପକ୍ଷରୁ ଚାଲିଥିବାବେଳେ ବ୍ୟାଙ୍କ ଓ ଡାକଘର ଜମା ସମେତ ଅନ୍ୟାନ୍ୟ ନିବେଶର ତଥ୍ୟ ସଂଗ୍ରହ କରାଯାଉଛି। ଚଢ଼ାଉ ଜାରି ରହିଥିବାରୁ ଆହୁରି ସମ୍ପତ୍ତି ଠାବ ହେବାର ସମ୍ଭାବନା ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking