32.7 C
Bhubaneswar
Friday, June 19, 2026
Homeଓଡିଶାରାଷ୍ଟ୍ରପତିଙ୍କ ଗସ୍ତରେ ବିଳମ୍ବ

ରାଷ୍ଟ୍ରପତିଙ୍କ ଗସ୍ତରେ ବିଳମ୍ବ

ଭୁବନେଶ୍ୱର: ପ୍ରତିକୂଳ ପାଗ ଯୋଗୁଁ ବିଳମ୍ବରେ ପହଞ୍ଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପଶ୍ଚିମବଙ୍ଗ କଲାଇକୁଣ୍ଡାରେ ପହଞ୍ଚି ସାରିଛନ୍ତି, ସେଠାରୁ ସଡକ ପଥରେ ଆସିବେ । କଲାଇକୁଣ୍ଡାରୁ ସଡକ ପଥରେ ରାଇରଙ୍ଗପୁର ଆସିବେ ରାଷ୍ଟ୍ରପତି । ବାଙ୍ଗିରିପୋଷି, ବିଶୋୟୀ ହୋଇ ସଡକ ପଥରେ ରାଇରଙ୍ଗପୁର ପହଞ୍ଚିବେ । ଅପରାହ୍ମ ୩ଟା ୪୫ରେ ରାଇରଙ୍ଗୁର ଦାଣ୍ଡବୋଷ ଏୟାଷ୍ଟ୍ରିପରେ ପହଞ୍ଚିବାର ଥିଲା । ଏବେ ଯାଏଁ ରାଇରଙ୍ଗପୁରରେ ବର୍ଷା ଲାଗି ରହିଛି । ତା ପୂର୍ବରୁ ରାଜ୍ୟପାଳ , ମୁଖ୍ୟମନ୍ତ୍ରୀ ପହଞ୍ଚିସାରିଲେଣି । କିନ୍ତୁ ପାଗ ପ୍ରତିକୂଳ ଯୋଗୁଁ ରାଇରଙ୍ଗପୁରକୁ ପହଞ୍ଚିବାକୁ ୧ରୁ ୨ ଘଣ୍ଟା ସମୟ ଲାଗିପାରେ । ଯଦିଏ ନିର୍ଦ୍ଧାରିତ ସମୟ ମଧ୍ୟରେ ପହଞ୍ଚିପାରିନାହାନ୍ତି , ୧୦୦ କିଲୋମିଟର ସଡକ ପଥରେ ଆସିବେ ରାଷ୍ଟ୍ରପତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking