ଭୁବନେଶ୍ୱର: ସରକାରଙ୍କ ମୁହଁରେ କଳା ବୋଳିଲେ। ଜେଲ ଫେରନ୍ତା ଗ୍ୟାଙ୍ଗଷ୍ଟରକୁ ଫିଲ୍ମ ଷ୍ଟାଇଲରେ ସ୍ବାଗତ। ତା’ ପୁଣି ଥାର୍ ଗାଡ଼ିରେ । ନିକଟରେ ଜେଲରୁ ଧଳା ସମ୍ବତ ଗ୍ୟାଙ୍ଗର ଅନ୍ୟ ତମ ସହଯୋଗୀ ଲିଟୁଆ ବେହେରା ଜେଲରୁ ଖଲାସ ହେଲେ । ତାକୁ ଆଣିବା ପାଇଁ ଗ୍ୟାଙ୍ଗ ସଦସ୍ୟ ମାନଙ୍କ ଗାଡ଼ି ଅନାୟଶରେ ଜେଲ୍ ଗେଟ୍ ଭିତରେ ପଶିଥିଲା । ଆଶ୍ଚର୍ଯ୍ୟର କଥା ହେଉଛି, ନା କୌଣସି ଯାଞ୍ଚ ହେଲା, ନା କିଛି କଡା ଚେକିଂ ହେଲା । ଆଉ ଜେଲରୁ ବାହାରିବା ପରେ ତାକୁ ଆଣିବାକୁ ଯାଇଥିଲା ଏକ ଥାର୍ ଗାଡ଼ି । ନିୟମ କହୁଛି ଜେଲ୍ ଗେଟ୍ ଭିତରେ ବା କ୍ୟାମ୍ପସ ଭିତରେ କୌଣସି ଗାଡ଼ି ପଶିଲେ, ତା’ର ଯାଞ୍ଚ ହେବା କଥା । ହେଲେ ଗ୍ୟାଙ୍ଗଷ୍ଟର କ୍ଷେତ୍ରରେ ସବୁ ନିୟମ ଫୁ’। ନିୟମ ଫୁ କରି ଗେଟ୍ କର୍ମଚାରୀ କୌଣସି ଯାଞ୍ଚ କଲେ ନାହିଁ କି ଜେଲ୍ ଅଧିକ୍ଷକ ସବୁ ଜାଣି ଚୁପ୍ ରହିଗଲେ । ଯାହାକୁ ନେଇ ଏବେ ଚୌଦ୍ଵାର ଜେଲ୍ ସୁରକ୍ଷା ଏବଂ ଜେଲ୍ ଅଧିକ୍ଷକଙ୍କ ଭୂମିକା ଚର୍ଚ୍ଚାକୁ ଆସିଛି । କାହିଁକି କୌଣସି ଯାଞ୍ଚ କରାଗଲା ନାହିଁ, ଯଦି କିଛି ଅଘଟଣ ଘଟିଥନ୍ତା ଏଥିପାଇଁ ଦାୟୀ କିଏ ହୋଇଥାନ୍ତା ।










