38.6 C
Bhubaneswar
Tuesday, June 16, 2026
Homeଦେଶ ବିଦେଶପେଟ୍ରୋଲିୟମ ରପ୍ତାନି ଶୁଳ୍କ ବୃଦ୍ଧି: ଡିଜେଲ ୧୪ ଟଙ୍କା ଏବଂ ଏଟିଏଫ୍ ୧୨.୫୦ ଟଙ୍କା ମହଙ୍ଗା

ପେଟ୍ରୋଲିୟମ ରପ୍ତାନି ଶୁଳ୍କ ବୃଦ୍ଧି: ଡିଜେଲ ୧୪ ଟଙ୍କା ଏବଂ ଏଟିଏଫ୍ ୧୨.୫୦ ଟଙ୍କା ମହଙ୍ଗା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଇନ୍ଧନର ନୂତନ ରପ୍ତାନି ଶୁଳ୍କ ବୃଦ୍ଧି ଘୋଷଣା କରିଛନ୍ତି। ରାଜସ୍ୱ ବିଭାଗର ଏକ ବିଜ୍ଞପ୍ତି ଅନୁଯାୟୀ, ଡିଜେଲ ରପ୍ତାନି ଉପରେ ଏବେ ପ୍ରତି ଲିଟର ୧୪ ଟଙ୍କା ରପ୍ତାନି ଶୁଳ୍କ ଲାଗୁ ହେବ । ଏହା ସହିତ, ବିମାନ ଟର୍ବାଇନ୍ ଇନ୍ଧନ ବା ଏଟିଏଫ୍ ରପ୍ତାନି ଉପରେ ପ୍ରତି ଲିଟର ୧୨.୫ ଟଙ୍କା ରପ୍ତାନି ଶୁଳ୍କ ଲାଗୁ କରାଯାଇଛି। ତେବେ ସରକାର ଏପର୍ଯ୍ୟନ୍ତ ପେଟ୍ରୋଲ ଉପରେ ରପ୍ତାନି ଶୁଳ୍କରେ କୌଣସି ପରିବର୍ତ୍ତନ କରିନାହାନ୍ତି।ଘରୋଇ ବ୍ୟବହାର ପାଇଁ ବିକ୍ରି ହେଉଥିବା ପେଟ୍ରୋଲ ଏବଂ ଡିଜେଲ ଉପରେ ଉତ୍ପାଦ ଶୁଳ୍କ ହାର ମଧ୍ୟ ଅପରିବର୍ତ୍ତିତ ରଖାଯାଇଛି। ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଏହି ସଂଶୋଧିତ ହାର ମଙ୍ଗଳବାର ଦିନ ଦେଶବ୍ୟାପୀ କାର୍ଯ୍ୟକାରୀ ହୋଇଛି। ସରକାର ଜନସାଧାରଣଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ, ଏହି ବୃଦ୍ଧି ଗ୍ରାହକଙ୍କ ପକେଟ ଉପରେ ପ୍ରତିକୂଳ ପ୍ରଭାବ ପକାଇବ ନାହିଁ ।  ଭାରତର ଘରୋଇ ବଜାରରେ ପର୍ଯ୍ୟାପ୍ତ ଇନ୍ଧନ ଯୋଗାଣ ସୁନିଶ୍ଚିତ କରିବା ପାଇଁ ସରକାର ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି।ପଶ୍ଚିମ ଏସିଆରେ ଚାଲିଥିବା ଅସ୍ଥିରତା ମଧ୍ୟରେ ଘରୋଇ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ମାର୍ଚ୍ଚ ୨୭ ରୁ ଏକ ସ୍ୱତନ୍ତ୍ର ଅତିରିକ୍ତ ଉତ୍ପାଦ ଶୁଳ୍କ ଲାଗୁ କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking