38.6 C
Bhubaneswar
Tuesday, June 16, 2026
Homeଓଡିଶାମାଙ୍କଡ଼ ଆତଙ୍କ: ୯ ଆହତ

ମାଙ୍କଡ଼ ଆତଙ୍କ: ୯ ଆହତ

ଗଞ୍ଜାମ: ମାଙ୍କଡ଼ ଆତଙ୍କ, ୯ ଜଣ ଆହତ । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ନିସ୍ତିପୁର ଗ୍ରାମରେ ମାଙ୍କଡ଼ ଆତଙ୍କ । ଗ୍ରାମରେ ହଠାତ୍ ମାଙ୍କଡ଼ମାନେ ଉତ୍ପାତ ସୃଷ୍ଟି କରି ୯ ଜଣଙ୍କୁ ଆକ୍ରମଣ କରି ଗୁରୁତର ଆହତ କରିଥିବା ଜଣାପଡ଼ିଛି । ଆହତମାନଙ୍କୁ ତୁରନ୍ତ ନିକଟସ୍ଥ ଚିକିତ୍ସାଳୟକୁ ନେଇଯାଇଥିଲା । ବର୍ତ୍ତମାନ ସମସ୍ତ ଆହତଙ୍କର ଚିକିତ୍ସା ଆଡ଼ପଦା କମ୍ୟୁନିଟି ହେଲଥ ସେଣ୍ଟରରେ ଚାଲିଛି । ଘଟଣା ପରେ ଗ୍ରାମବାସୀମାନଙ୍କ ମଧ୍ୟରେ ଭୟ ଓ ଆତଙ୍କର ପରିବେଶ ଦେଖାଦେଇଛି । ବନ ବିଭାଗ ପକ୍ଷରୁ ଶୀଘ୍ର ପଦକ୍ଷେପ ନେଇ ମାଙ୍କଡ଼ ଉତ୍ପାତକୁ ନିୟନ୍ତ୍ରଣ କରିବାକୁ ସ୍ଥାନୀୟମାନେ ଦାବି କରିଛନ୍ତି । ମାଙ୍କଡ଼ଙ୍କୁ ଧରିବା ପାଇଁ ପାଞ୍ଚଜଣିଆ ଟିମ୍ ଗଠନ କରିଛି ବନବିଭାଗ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking