ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ଭସ୍ମା ଥାନା ଅଞ୍ଚଳରେ ଘଟିଛି ଏକ ଭୟଙ୍କର ଓ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କଇଁତରା ବିଜୁ ଏକ୍ସପ୍ରେସ୍ୱେରେ ଦୁଇଟି ୧୮ ଚକିଆ ଟ୍ରେଲର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି, ଯାହାରେ ଦୁଇ ଡ୍ରାଇଭର ଜୀବନ୍ତ ଜଳି ଯାଇଥିବା ଦୁଃଖଦ ଖବର ମିଳିଛି । ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଡିଭାଇଡର ଭାଙ୍ଗି ଯିବା ପରେ ଗୋଟିଏ ଟ୍ରେଲର ଅନ୍ୟ ରୁଟ୍କୁ ଚାଲିଯାଇଥିଲା ।
ସେଠାରେ ବିପରୀତ ଦିଗରୁ ଆସୁଥିବା ଅନ୍ୟ ଟ୍ରେଲର ସହ ଭୟଙ୍କର ଧକ୍କା ଲାଗିଥିଲା । ଧକ୍କା ଏତେ ଜୋର ଥିଲା ଯେ ଦୁଇଟି ଗାଡ଼ିରେ ତୁରନ୍ତ ଆଗ୍ନିକାଣ୍ଡ ଘଟିଯାଇଥିଲା । ଘଟଣାସ୍ଥଳରେ ଦୁଇ ଡ୍ରାଇଭର ଗାଡ଼ି ଭିତରେ ଫସି ଯାଇଥିବାରୁ ସେମାନେ ବାହାରି ପାରିନଥିଲେ ଏବଂ ଦୁଃଖଦ ଭାବେ ଜୀବନ୍ତ ଜଳି ମୃତ୍ୟୁବରଣ କରିଛନ୍ତି । ଏହି ଦୁର୍ଘଟଣା କଇଁତରା ବିଜୁ ଏକ୍ସପ୍ରେସୱେ ଉପରେ ଘଟିଥିବାରୁ ସ୍ଥାନୀୟ ଅଞ୍ଚଳରେ ଭୟ ଓ ଶୋକର ଛାୟା ପଡ଼ିଛି । ଘଟଣା ପରେ ତୁରନ୍ତ ଅଗ୍ନିଶମ ବିଭାଗ ଓ ପୋଲିସ ଦଳ ପହଞ୍ଚି ଆଗୁନ ନିୟନ୍ତ୍ରଣ କରିଛନ୍ତି ।










