30 C
Bhubaneswar
Monday, June 15, 2026
Homeଓଡିଶା୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ବରିଷ୍ଠ ଉପ-ନିର୍ବାଚନ ଆୟୁକ୍ତ ଜ୍ଞାନେଶ ଭାରତୀ : ଭୋଟର...

୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ବରିଷ୍ଠ ଉପ-ନିର୍ବାଚନ ଆୟୁକ୍ତ ଜ୍ଞାନେଶ ଭାରତୀ : ଭୋଟର ତାଲିକା ର ସ୍ୱତନ୍ତ୍ର ସଘନ ସଂଶୋଧନର କରିବେ ସମୀକ୍ଷା

* ୧୬ ରେ ଭୁବନେଶ୍ୱର ଓ ୧୭ ରେ ଗଞ୍ଜାମ ଜିଲ୍ଲା ଯାଇ ସମୀକ୍ଷା କରିବେ।
​ଭୁବନେଶ୍ୱର:ଆସନ୍ତାକାଲି ୨ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଭାରତର ବରିଷ୍ଠ ଉପ-ନିର୍ବାଚନ ଆୟୁକ୍ତ ଶ୍ରୀ ଜ୍ଞାନେଶ ଭାରତୀ। ରାଜ୍ୟରେ ଚାଲିଥିବା ସ୍ଵତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମର ଅଗ୍ରଗତି ନେଇ ସେ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ କରିବେ। ​ଏହି ଗସ୍ତ କାଳରେ ଉପ-ନିର୍ବାଚନ ଆୟୁକ୍ତ ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଏବଂ ନିର୍ବାଚକ ପଞ୍ଜିକରଣ ଅଧିକାରୀଙ୍କ ସହ ବିସ୍ତୃତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

ଗସ୍ତ ସୂଚୀ ଅନୁଯାୟୀ, ଆସନ୍ତାକାଲି ଅର୍ଥାତ୍ ଜୁନ୍ ୧୬ ତାରିଖରେ ରାଜଧାନୀ ଭୁବନେଶ୍ୱରଠାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ଉପ-ନିର୍ବାଚନ ଆୟୁକ୍ତ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଏବଂ ନିର୍ବାଚକ ପଞ୍ଜିକରଣ ଅଧିକାରୀମାନଙ୍କ ସହ ସ୍ଵତନ୍ତ୍ର ସଘନ ସଂଶୋଧନର ବର୍ତମାନ ସ୍ଥିତି ଓ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ବିସ୍ତୃତ ସମୀକ୍ଷା କରିବେ। ଭୋଟର ତାଲିକାକୁ ଅଧିକ ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ କରିବା ପାଇଁ ଅଧିକାରୀମାନଙ୍କୁ ଆବଶ୍ୟକୀୟ ଦିଗଦର୍ଶନ ଦେବେ। ସେହିପରି,ଜୁନ୍ ୧୭ ତାରିଖରେ ଶ୍ରୀ ଭାରତୀ ଗଞ୍ଜାମ ଜିଲ୍ଲା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ସେଠାରେ ସେ କ୍ଷେତ୍ର ସ୍ତରରେ ଚାଲିଥିବା ସଂଶୋଧନ ପ୍ରକ୍ରିୟାର ଅଗ୍ରଗତି ପରଖିବେ ଏବଂ ସ୍ଥାନୀୟ ନିର୍ବାଚନ ପ୍ରଶାସନ ସହ ସ୍ୱତନ୍ତ୍ର ଭାବେ ଆଲୋଚନା କରିବେ ଭୋଟର ତାଲିକାରେ ଚାଲିଥିବା ସ୍ଵତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟ କେତେ ଦୂର ଆଗେଇଛି, ସେ ନେଇ ଜିଲ୍ଲାୱାରୀ ରିପୋର୍ଟ ଯାଞ୍ଚ କରାଯିବ। ରାଜ୍ୟରେ ଏକ ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତ କରିବା ଦିଗରେ ଏହି ସ୍ଵତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ଉପ-ନିର୍ବାଚନ ଆୟୁକ୍ତଙ୍କ ଏହି ଗସ୍ତ ପରିପ୍ରେକ୍ଷୀରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking