32.1 C
Bhubaneswar
Saturday, May 18, 2024
Homeଦେଶ ବିଦେଶପୁଣି ବଢିଲା ସୁନା ଦର

ପୁଣି ବଢିଲା ସୁନା ଦର

ନୂଆଦିଲ୍ଲୀ: ଦିନକୁ ଦିନ ବଢ଼ି ଚାଲିଛି ସୁନା ଦର । ବଢୁଥିବା ସୁନା ଦରକୁ ଦେଖି ଚିନ୍ତାରେ ଗ୍ରାହକ । ୧୦ ଗ୍ରାମ ସୁନା ଦର ୫୧ ହଜାରକୁ ବୃଦ୍ଧି ପାଇଥିଲା ବେଳେ ରୂପା ପ୍ରତି କେଜି ୬୦ହଜାର ଉପରେ ବିକ୍ରି ହେଉଥିବା ଦେଖିବାକୁ ମିଳିଛି । ମଲ୍ଟିକମୋଡିଟି ଏକ୍ସଚେଞ୍ଜ(ଏମସିଏକ୍ସ)ରେ ପ୍ରତି ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୧୬୩ ଟଙ୍କାକୁ ବୃଦ୍ଧି ପାଇ ୫୦ହଜାର ୮୧୨ରେ ପହଞ୍ଚିଥିବା ଜଣା ପଡ଼ିଛି । ଏହା ପୂର୍ବରୁ ୫୦ହଜାର ୬୦୪ ଟ୍ରେଣ୍ଡିଙ୍ଗରୁ ଆରମ୍ଭ ହୋଇଥିବା ସୁନା ଦର ଚାହିଦା ଦୃଷ୍ଟିରୁ ୨୦୦ଟଙ୍କା ଅଧିକ ବୃଦ୍ଧି ପାଇଥିଲା । ବର୍ତ୍ତମାନ ସୁନା ଦର ୩୨ ପ୍ରତିଶତ ଅଧିକ ବୃଦ୍ଧି ପାଇ ଟ୍ରେଣ୍ଡିଙ୍ଗ କରୁଛି ।

ସୁନାର ଦର ଭଳି ରୂପାର ମୂଲ୍ୟ ମଧ୍ୟ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ୬୦ ହଜାର ଉପରକୁ ବୃଦ୍ଧି ପାଇଛି ରୂପା ଦର । ଏମସିଏକ୍ସରେ ରୂପାର ଦର ପ୍ରତି କିଲୋଗ୍ରାମରେ ୧୯୯ ଟଙ୍କାକୁ ବୃଦ୍ଧି ପାଇ ୬୦ ହଜାର ୧୪୫ରେ ପହଞ୍ଚିଛି । ଏହା ପୂର୍ବରୁ ରୂପାର ଆରମ୍ଭ ଦର ୫୯ ହଜାର ୭୬୦ ହୋଇଥିଲେ ମଧ୍ୟ ରୂପାର ଚାହିଦା ଅଧିକ ହେବାରୁ ଏହା ୪୦୦ଟଙ୍କା ଅଧିକ ବୃଦ୍ଧି ପାଇଥିଲା । ପୂର୍ବରୁ ଥିବା ରୂପା ଦର ତୁଳନାରେ ବର୍ତ୍ତମାନ ଏହା ୩୩ ପ୍ରତିଶତକୁ ବୃଦ୍ଧି ପାଇଛି ।

ବିଶ୍ୱ ବଜାରରେ ସୁନାର ମୂଲ୍ୟ ୧,୮୨୫.୬୫ ଡଲାରରେ ପହଞ୍ଚିଛି ଯାହା ପୂର୍ବ ଦର ତୁଳନାରେ ୦.୧୨ ପ୍ରତିଶତ ଅଧିକ ହୋଇଥିବା ସୂଚନା ମିଳିଛି । ସମାନ ଭାବେ ରୂପାର ମୂଲ୍ୟ ୨୧.୧୯ ଡଲାରରେ ପହଞ୍ଚି ୦.୧୫ ପ୍ରତିଶତ ଅଧିକ ବଢିଥିବା କୁହାଯାଉଛିି ।
ଏକ୍ସପର୍ଟଙ୍କ ସୂଚନାନୁସାରେ ସୁନା ଓ ରୂପାର ଦର ଆସନ୍ତା କିଛି ଦିନ ପାଇଁ ଏହି ଭଳି ବଢି ରହିବ । କାରଣ ଜି୭ ଦେଶ ଦ୍ୱାରା ଋଷରୁ ସୁନା ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଯାଇଛି । ତେଣୁ ବିଶ୍ୱ ବଜାରରେ ସୁନାର ଯୋଗାଣ ବାଧାପ୍ରାପ୍ତ ହେଉଛି । ସୁନା ଯୋଗାଣରେ ବାଧା ଉପୁଜିଥିବାରୁ ବର୍ତ୍ତମାନ ସୁନାର ମୂଲ୍ୟ ବଢୁଥିବା ଏକ୍ସପର୍ଟ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking