33.3 C
Bhubaneswar
Sunday, July 12, 2026
Homeଅପରାଧଯୁବତୀଙ୍କୁ ଚାକିରି ଆଶା ଦେଇ ଦୁଷ୍କର୍ମ

ଯୁବତୀଙ୍କୁ ଚାକିରି ଆଶା ଦେଇ ଦୁଷ୍କର୍ମ

ଭୁବନେଶ୍ୱର: ମୋ ଝିଅକୁ ନିଶା ଦେଇ ଅପହରଣ କଲେ । ତା’ ସହ ଖରପ କାମ କରିବା ପରେ ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବିକି ଦେଲେ । ମୁଁ ଥାନାକୁ ଗଲି… । ପୁଲିସ୍ ସବୁ ଶୁଣିଲା । ହେଲେ ମାମଲା ରୁଜୁ କଲାଣି କି ମୋ ଝିଅକୁ ଉଦ୍ଧାର କଲା ନାହିଁ… । ୮ ମାସ ଧରି ନ୍ୟାୟ ପାଇଁ ବାର ଦୁଆର ହେବା ପରେ ଅପହୃତାଙ୍କ ବାପା ଦୁଇ ଦିନ ତଳେ ଭୁବନେଶ୍ୱରରେ ପହଞ୍ଚିଲେ । ଜଣେ ରାଜନେତାଙ୍କ ସହଯୋଗ ଲୋଡ଼ିଥିଲେ । ପୁଲିସ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶରେ କ୍ୟାପିଟାଲ୍ ଥାନାରେ ଏତଲା ଦେଇଥିଲେ । କ୍ୟାପିଟାଲ୍ ଥାନା ପୁଲିସ୍ ଜିରୋ ଏତଲା କରିବା ପରେ କନ୍ଧମାଳ ଜିଲ୍ଲା ଚକାପଦା ଥାନାକୁ ପଠାଇ ଦେଇଛି । କନ୍ଧମାଳ ଏସ୍‌ପି ଏହି ମାମଲାରେ ହସ୍ତକ୍ଷେପ କରିବା ପରେ ପୁଲିସ୍ ଏହି ଘଟଣାରେ ଜଣେ ଗଞ୍ଜେଇ ମାଫିଆ ଧ୍ରୁବ ମଲ୍ଲିକ ଓ ତା’ର ପ୍ରେମିକା ମମତାକୁ ଅଟକ ରଖି ଜେରା କରୁଛି ।

ଅଭିଯୋଗରୁ ଜଣାପଡ଼ିଛି, ଧ୍ରୁବ ଜଣେ କୁଖ୍ୟାତ ଗଞ୍ଜେଇ ବେପାରୀ । ଚୋରା ଗଞ୍ଜେଇ କାରବାର ସହିତ ଯୁବତୀ ଚାଲାଣର ଏକ ରାକେଟ୍ ଚଲାଇଛି । ସ୍ଥାନୀୟ ପୁଲିସ୍‌ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀ ତା ହାତ ମୁଠାରେ । ଅବାଧରେ ଗଞ୍ଜେଇ ବେପାର କରିବା ସହିତ ନାବାଳିକା ଓ ଯୁବତୀଙ୍କୁ ଚାକିରି ଦେବା ବାହାନାରେ ରାଜ୍ୟ ବାହାରକୁ ଚାଲାଣ କରୁଛି । ଯୁବତୀ ଚାଲାଣରେ ତାକୁ ସହଯୋଗ କରୁଛି ତାର ପ୍ରେମିକା ମମତା । ବର୍ତ୍ତମାନ ସୁଦ୍ଧା ତା’ ବିରୋଧରେ ଏକାଧିକ ଯୁବତୀ ଚାଲାଣ ଅଭିଯୋଗରେ ମାମଲା ରୁଜୁ ହୋଇସାରିଲାଣି । ହିନ୍ଦୁ ଯୁବତୀଙ୍କୁ ଧ୍ରୁବ ସଂଖ୍ୟାଲଘୁ ସମ୍ପ୍ରଦାୟରେ ବିକ୍ରି କରି ଦେଉଥିବା ନେଇ ଅଭିଯୋଗ ଆସିଛି । ୮ ମାସ ତଳେ ଚକାପାଦ ଅଞ୍ଚଳର ଜଣେ ଗରିବ ଚାଷୀଙ୍କ ଝିଅକୁ ଚାକିରି ପ୍ରଲୋଭନ ଦେଖାଇ ମମତା ଘରକୁ ଡାକିଥିଲେ । ସେ ସମୟରେ ଅନ୍ୟ ଜଣେ ନାବାଳିକାଙ୍କୁ ମଧ୍ୟ ଚାକିରିର ଲୋଭ ଦେଖାଇ ଡାକିଥିଲେ ମମତା । ଦୁଇ ଜଣଙ୍କୁ ଥଣ୍ଡା ପାନୀୟରେ ନିଶା ଦେଇ ଚେତା ଶୂନ୍ୟ କରିଥିଲେ । ପରେ ଦୁଇ ଜଣଙ୍କୁ ଦୁଷ୍କର୍ମ କରିଥିଲା ଧ୍ରୁବ । ନାବାଳିକାଙ୍କୁ ରାଜସ୍ଥାନ ଓ ଯୁବତୀଙ୍କୁ ମୁର୍ଶିଦାବାଦର ଜଣେ ଦଲାଲ୍‌କୁ ବିକ୍ରି କରି ଦେଇଥିଲା। ଯୁବତୀଙ୍କ ବାପା ଜାଣିଥିଲେ ତାଙ୍କ ଝିଅ ଚାକିରି କରିବାକୁ ବାହାରକୁ ଯାଇଛି । ଦୀର୍ଘ ଦିନ ଗଲା ପରେ ଝିଅ ସହ ଯୋଗାଯୋଗ ହୋଇପାରିଲା ନାହିଁ । ଏନେଇ ସେ ଧ୍ରୁବ ଓ ମମତାଙ୍କୁ ଯୋଗାଯୋଗ କରିଥିଲେ । ହେଲେ ସେମାନେ ତାଙ୍କ କଥା ଶୁଣି ନ ଥିଲେ । ନିକଟରେ ରାଜସ୍ଥାନରେ ବିକ୍ରି ହୋଇଥିବା ନାବାଳିକା ଜଣକ କୌଶଳକ୍ରମେ ସେଠାରୁ ଖସି ଆସିବା ପରେ ଘଟଣା ପ୍ରଘଟ ହୋଇଥିଲା । ତେଣୁ ତାଙ୍କ ଝିଅକୁ ମଧ୍ୟ ସେ ବିକ୍ରିି କରିଦେଇଥିବା ନେଇ ଯୁବତୀଙ୍କ ବାପା ଚକାପାଦ ଥାନାରେ ଅଭିଯୋଗ କରିଥିଲେ । ହେଲେ ପୁଲିସ୍ କିଛି ଶୁଣି ନଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking