29.1 C
Bhubaneswar
Monday, July 13, 2026
Homeଓଡିଶାବାରହା ଆକ୍ରମଣରେ ଯୁବକ ଗୁରୁତର

ବାରହା ଆକ୍ରମଣରେ ଯୁବକ ଗୁରୁତର

ପର୍ଜଙ୍ଗ: ପର୍ଜଙ୍ଗ ଥାନା ଲୋଧଣୀ ଗ୍ରାମର ସୁରେଶ ରାଉତଙ୍କ ପୁଅ ସୁଦର୍ଶନ ରାଉତ (୪୮) ଗୁରୁବାର ଦିନ ରାତି ପ୍ରାୟ ୯ଟା ବେଳେ ସାଙ୍ଗ ରମେଶ ସାହୁଙ୍କ ସହ ପାଳସାହି ଗାଁକୁ ନାଚ ଦେଖିବାକୁ ଯାଉଥିବା ବେଳେ, ତାଙ୍କ ମୋଟର ସାଇକେଲ ଆଗକୁ ହଠାତ ବାରହା ଆସି ଯିବାରୁ ରାସ୍ତାରେ ପଡିଗଲେ l ରମେଶ ସାହୁ ଆହତ ହୋଇଥିବା ବେଳେ, ସୁଦର୍ଶନଙ୍କ କାନ୍ଧ ହାଡ଼ ଭାଙ୍ଗି ଯାଇଛି lଉଭୟକୁ ପ୍ରଥମେ ପର୍ଜଙ୍ଗ ଡାକ୍ତରଖାନାରେ ଭର୍ତି କରାଯାଇଥିଲା l ସୁଦର୍ଶନଙ୍କୁ ବଅଁରପାଳର ଏକ ଘରୋଇ ହସ୍ପିଟାଲରେ ଅଧିକ ଚିକିତ୍ସା ପାଇଁ ଭର୍ତି କରାଯାଇଛି l ମହାବୀରୋଡ଼ ରେଞ୍ଜ ଡିହଡୋଳ ଫରେଷ୍ଟ ବିଟ ଅଂଚଳରେ ଦନ୍ତା ହାତୀ ସହ, ପଲ ପଲ ବାରହାଙ୍କ ପାଇଁ ସାଧାରଣ ଲୋକଙ୍କ ଧନ ଜୀବନ ହାନି ହେଉଛି l ଏଥି ପ୍ରତି ବନ ବିଭାଗ ଉଚ୍ଚ ଅଧିକାରୀ ଦୃଷ୍ଟି ଦେବାକୁ ଦାବି ହୋଇଛି l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking