ଭୁବନେଶ୍ୱର: ରାଜ୍ୟରେ ବିଜେପି ସରକାରଙ୍କ ୨ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଡ଼ ଘୋଷଣା କରିଛନ୍ତି। କେଜିରୁ ପିଜି ଦେୟ ମୁକ୍ତ ହେବ। ସେହିପରି ଶିକ୍ଷାକୁ ସାର୍ବଜନୀନ ଓ ଦେୟମୁକ୍ତ କରାଯିବ। ଅର୍ଥାତ୍ କେଜିରୁ ପିଜି ପର୍ଯ୍ୟନ୍ତ ସମସ୍ତଙ୍କୁ ଦେୟ ମୁକ୍ତ ଶିକ୍ଷା ମିଳିବ। ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀଙ୍କୁ ସୁବିଧା ମିଳିବ। ଏଭଳି ନିଷ୍ପତ୍ତ ନେବାରେ ଓଡ଼ିଶା ପ୍ରଥମ।ସେହିପରି ଆଗାମୀ ଦିନରେ ୩୫ ଲକ୍ଷ ହିତାଧିକାରୀଙ୍କୁ ପକ୍କା ଘର ମିଳିବ। ପ୍ରତିବର୍ଷ ୧୦ ଲକ୍ଷ ହିତାଧିକାରୀଙ୍କୁ ଘର ମିଳିବ। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗ୍ରୀନ ସିଗନାଲ ମିଳିଛି।ଭତ୍ତା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ କହିଛନ୍ତି- ଭତ୍ତା ସମସ୍ୟା ସମାଧାନ ପାଇଁ ସରକାର ପ୍ରଚେଷ୍ଟା କରୁଛନ୍ତି। ୧୦ ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ ୨ ଲକ୍ଷ ହିତାଧିକାରୀ ଭତ୍ତା ପାଇଛନ୍ତି। ଭତ୍ତା ସମସ୍ୟା କେନ୍ଦ୍ରର। ଟେକ୍ନିକାଲ ଦୃଷ୍ଟିକୋଣରୁ ହିତାଧିକାରୀଙ୍କ ଆକାଉଣ୍ଟକୁ ସ୍ବତନ୍ତ୍ର ଭାବେ ଯୋଡାଯାଉଛି, ସେଥିପାଇଁ ଟିକେ ବିଳମ୍ବ ହେଉଛି।










