29.7 C
Bhubaneswar
Thursday, July 9, 2026
Homeଦେଶ ବିଦେଶଷ୍ଟକ୍ ମାର୍କେଟ୍‌ର କମ୍‌ବ୍ୟାକ୍, ୨୪ ହଜାର ଉପରେ ନିଫ୍ଟି

ଷ୍ଟକ୍ ମାର୍କେଟ୍‌ର କମ୍‌ବ୍ୟାକ୍, ୨୪ ହଜାର ଉପରେ ନିଫ୍ଟି

ନୂଆଦିଲ୍ଲୀ: ଆମେରିକା ଇରାନ ଉତ୍ତେଜନା ସତ୍ବେ ସେୟାର ବଜାରରେ ଉତ୍ସାହ । ୫୦୦ ପଏଣ୍ଟ୍ ବଢ଼ିଲା ସେନସେକ୍ସ । ବୁଧବାରର ସେୟାର ବଜାରରେ ପତନ ପରେ ଗୁରୁବାର ଭାରତୀୟ ଷ୍ଟକ୍ ମାର୍କେଟ୍ ଉନ୍ନତି କରିଛି । ସେନ୍ସେକ୍ସ ପ୍ରାୟ ୫୧୬ ପଏଣ୍ଟ୍ ବଢ଼ିଛି ଏବଂ ନିଫ୍ଟି ପୁଣି ୨୪,୦୦୦ ମାର୍କ୍ ଟପାଇଛି । ସେନସେକ୍ସ ୫୧୬ ଧାମି ୧୫ ପଏଣ୍ଟ୍ ଅର୍ଥାତ୍ ୦ ଦଶମିକ ୬୭ ପ୍ରତିଶତ ବଢି ୭୭,୦୧୯.୭୫ରେ ପହଂଚିଛି ।ନିଫ୍ଟି ୧୩୯ ଦଶମିକ ୯୦ ପଏଣ୍ଟ୍ ବଢ଼ି ୨୪, ହଜାର ୨୧ ଦଶମିକ ୯୫ରେ ପହଂଚିଛି । ବୁଧବାର ଆମେରିକା -ଇରାନ୍ ସଂଘର୍ଷ ଏବଂ ଟ୍ରମ୍ପଙ୍କ ବିବୃତ୍ତି ଯୋଗୁଁ ବଜାର୍ ୨ ପ୍ରତିଶତରୁ ଅଧିକ ତଳକୁ ଖସିଥିଲା । ବିଦେଶୀ ପୁଞ୍ଜି ବିନିଯୋଗକାରୀ ଗତ ୪ ଦିନରେ ୩ ହଜାର ୯୫୪ କୋଟିର ଭାରତୀୟ ଷ୍ଟକ୍ କିଣିଛନ୍ତି । କ୍ରୁଡ୍ ତୈଳ ମୂଲ୍ୟ ପ୍ରାୟ ୭୯ ଡଲାର୍ ପାଖରେ ରହିଛି । ଯଦି ହର୍ମୁଜ୍ ପ୍ରଣାଳୀ ପୁଣି ବନ୍ଦ ହୁଏ ଏବଂ କ୍ରୁଡ୍ ୧୦୦ ଡଲାର୍ ଟପେ ତେବେ ଭାରତ ପାଇଁ ସମସ୍ୟା ହେବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking