31.1 C
Bhubaneswar
Friday, September 4, 2026
HomeଓଡିଶାFCI ଚାଉଳ ଉଠାଇବ ଧୀରେ ଧୀରେ: ଯୋଗାଣ ମନ୍ତ୍ରୀ

FCI ଚାଉଳ ଉଠାଇବ ଧୀରେ ଧୀରେ: ଯୋଗାଣ ମନ୍ତ୍ରୀ

ଭୁବନେଶ୍ବର : ବିରୋଧୀଙ୍କ ବୟାନରେ ତେରେଛା ବାଣ ମାରିଲେ ରାଜ୍ୟ ଯୋଗାଣ ମନ୍ତ୍ରୀ କୃଷ୍ନଚନ୍ଦ୍ର ପାତ୍ର । ସେ କହିଛନ୍ତି, ଏଫସିଆଇ ଧୀରେ ଧିରେ ଚାଉଳ ଉଠାଇନେବ । ଏଥିପାଇଁ ଆମେ କେନ୍ଦ୍ରକୁ ନିବେଦନ କରିଛୁ । ଯେଉଁ ଟାର୍ଗେଟ ରହିଛି ଚାଉଳକୁ ଏଫସିଆଇ ଧୀରେ ଧୀରେ ଉଠାଇ ନେବ । ବିରୋଧୀ ବିଜେଡି ତାଙ୍କ ଜୀବନ ଭିତରେ ଚାଷୀ ମାନଙ୍କ ପାଇଁ କିଛି କରି ପାରିଲେନି । ଏତେ ବର୍ଷ ଶାସନ କରି ମଧ୍ୟ ରାଜ୍ୟରେ ଚାଷୀଙ୍କୁ ଶହେ ଟଙ୍କା ମଧ୍ୟ ଦେଇ ପାରିଲେନି । ଚାଷୀଙ୍କ ପାଇଁ କିଛି କରିପାରି ନାହାନ୍ତି । ଆମ ସରକାର ଧାନ ଇନପୁଟ ସବସିଡି ଠାରୁ ଆରମ୍ଭ କରି ପିଏମ କିଷାନ, ସିଏମ କିଷାନ ଆଦି ଆର୍ଥିକ ସହାୟତା ପ୍ରଦାନ କରୁଛୁ । ମାତ୍ର ବିରୋଧୀ ଦେହରେ ଯାଉ ନାହିଁ । ଖାଲି କିଏ କ’ଣ କହିଲା ଅନାଇ ବସିଛନ୍ତି ।FCI ଆଗରେ ଯୋଗାଣ ମନ୍ତ୍ରୀଙ୍କ ଅସହାୟତା ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିଲା ବିଜେଡି । ଯୋଗାଣ ମନ୍ତ୍ରୀ କହୁଛନ୍ତି କେନ୍ଦ୍ର ସରକାର ଶୁଣୁନାହାନ୍ତି ଅର୍ଥ ୨୦ ସାଂସଦ, ମୁଖ୍ୟମନ୍ତ୍ରୀ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଯାଇଥିଲେ । ୭ ଥର ଯୋଗାଣ ମନ୍ତ୍ରୀ କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟିଲେଣି । ତଥାପି କେନ୍ଦ୍ର ସରକାର ରାଜ୍ୟ କଥା ଶୁଣୁନାହାନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking