27.1 C
Bhubaneswar
Monday, October 19, 2026
Homeଓଡିଶାଦଶହରା ପରେ ବର୍ଷା, ଆସୁଛି ଲଘୁଚାପ!

ଦଶହରା ପରେ ବର୍ଷା, ଆସୁଛି ଲଘୁଚାପ!

ଭୁବନେଶ୍ୱର: ବଙ୍ଗୋପସାଗରରେ ପୁଣି ସକ୍ରିୟ ହେବ ପାଣିପାଗ ପ୍ରଣାଳୀ। ସପ୍ତାହ ଶେଷ ଆଡ଼କୁ ଏକ ବଡ଼ ପାଣିପାଗ ପ୍ରଣାଳୀ ସୃଷ୍ଟି ହେବା ନେଇ ଆକଳନ କରାଯାଉଛି। ଆସନ୍ତା ୨୧ ତାରିଖରେ ଆଣ୍ଡାମାନ ସାଗର ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଏହା ପରେ ୨୪ ତାରିଖରେ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ଗଠନ ହେବାର ସମ୍ଭାବନା ରହିଛି।ତେବେ ଲଘୁଚାପ ସୃଷ୍ଟି ହେବା ପରେ ଏହାର ଗତିପଥ ଓ ପ୍ରଭାବ ସମ୍ପର୍କରେ ସ୍ପଷ୍ଟ ଚିତ୍ର ମିଳିବ। ଏହି ପାଣିପାଗ ପ୍ରଣାଳୀର ପ୍ରଭାବରେ ଦଶହରା ପରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ ରହିଛି । ଏବେ ସମସ୍ତଙ୍କ ନଜର ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଏହି ପାଣିପାଗ ପ୍ରଣାଳୀ ଉପରେ। ଏହା କେଉଁ ଦିଗକୁ ଗତି କରିବ ଏବଂ ଓଡ଼ିଶାର ପାଗ ଉପରେ କେତେ ପ୍ରଭାବ ପକାଇବ, ତାହା ପରବର୍ତ୍ତୀ ପାଣିପାଗ ଆକଳନ ପରେ ସ୍ପଷ୍ଟ ହେବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking