30.1 C
Bhubaneswar
Sunday, October 18, 2026
Homeଦେଶ ବିଦେଶପୁଣି ବଢ଼ିପାରେ ପେଟ୍ରୋଲ ଓ ଡିଜେଲ ଦର !

ପୁଣି ବଢ଼ିପାରେ ପେଟ୍ରୋଲ ଓ ଡିଜେଲ ଦର !

ନୂଆଦିଲ୍ଲୀ : ପୁଣି ବଢ଼ିପାରେ ପେଟ୍ରୋଲ ଓ ଡିଜେଲ ଦର ! ନଭେମ୍ବର ମାସରେ ଭାରତରେ ଇନ୍ଧନ ମୂଲ୍ୟରେ ସାମାନ୍ୟ ବୃଦ୍ଧି ହୋଇପାରେ ବୋଲି ଆକଳନ କରିଛି ଅକ୍ସଫୋର୍ଡ ଇକୋନୋମିକ୍ସ । ଏହା ଯଦି ସତ ହୁଏ, ତେବେ ସାଧାରଣ ଲୋକଙ୍କ ପକେଟ୍ ଉପରେ ଅଧିକ ଚାପ ପଡ଼ିବା ସହ ମହଙ୍ଗା ମାଡ଼ ମଧ୍ୟ ବଢ଼ିପାରେ । ତେବେ ଏନେଇ ଏପର୍ଯ୍ୟନ୍ତ କୌଣସି ସରକାରୀ ଘୋଷଣା ହୋଇନାହିଁ ବ୍ଲୁମବର୍ଗର ଏକ ରିପୋର୍ଟ ଅନୁସାରେ, ଅକ୍ସଫୋର୍ଡ ଇକୋନୋମିକ୍ସର ପ୍ରମୁଖ ଅର୍ଥନୀତିଜ୍ଞ ଆଲେକ୍ସଜାଣ୍ଡ୍ରା ହରମାନ ପ୍ରସାଦ ନଭେମ୍ବରରେ ଇନ୍ଧନ ଦର ବୃଦ୍ଧିର ସମ୍ଭାବନା ଥିବା କହିଛନ୍ତି । ଆସନ୍ତା ବର୍ଷ ଦେଶର ଅନେକ ରାଜ୍ୟରେ ନିର୍ବାଚନ ହେବାକୁ ଥିବାରୁ ତା’ ପୂର୍ବରୁ ଇନ୍ଧନ ଦର ବୃଦ୍ଧି ପାଇଁ ଏହା ଏକ ସୀମିତ ସୁଯୋଗ ହୋଇପାରେ ବୋଲି ରିପୋର୍ଟରେ ଆକଳନ କରାଯାଇଛି ।

କେତେ ବଢ଼ିପାରେ ଦର?
ଅକ୍ସଫୋର୍ଡ ଇକୋନୋମିକ୍ସର ଆକଳନ ଅନୁଯାୟୀ, ନଭେମ୍ବରରେ ହେବାକୁ ଥିବା ସମ୍ଭାବ୍ୟ ଇନ୍ଧନ ଦର ବୃଦ୍ଧି, ମେ ମାସରେ ହୋଇଥିବା ବୃଦ୍ଧିର ପ୍ରାୟ ଅଧା ହୋଇପାରେ। ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଯୋଗୁଁ ମେ ମାସରେ ଇନ୍ଧନ ଦର ବୃଦ୍ଧି ହୋଇଥିଲା। ତେବେ ନଭେମ୍ବରରେ କେତେ ଟଙ୍କା ବଢ଼ିବ, ସେନେଇ ନିର୍ଦ୍ଦିଷ୍ଟ ତଥ୍ୟ ଦିଆଯାଇନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking