30.1 C
Bhubaneswar
Sunday, October 18, 2026
Homeଦେଶ ବିଦେଶଖାଦ୍ୟ ସାମଗ୍ରୀ ପରିବହନକୁ ଆକ୍ସନ ମୋଡ୍‌ରେ FSSAI

ଖାଦ୍ୟ ସାମଗ୍ରୀ ପରିବହନକୁ ଆକ୍ସନ ମୋଡ୍‌ରେ FSSAI

ନୂଆଦିଲ୍ଲୀ: ଜନସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ଖାଦ୍ୟ ସୁରକ୍ଷା ନିୟାମକ FSSAI ପକ୍ଷରୁ ଜାରି ହୋଇଛି କଡ଼ା ନିର୍ଦ୍ଦେଶ । ଖୋଆ, ପନିର, ମାଂସ ଓ ମାଛ ଭଳି ଶୀଘ୍ର ନଷ୍ଟ ହେଉଥିବା ଖାଦ୍ୟ ସାମଗ୍ରୀର ପରିବହନ, ସଂରକ୍ଷଣ ଓ ରଖିବା ସମୟରେ ନିର୍ଦ୍ଦିଷ୍ଟ ତାପମାତ୍ରା ବଜାୟ ରଖିବାକୁ ଖାଦ୍ୟ ବ୍ୟବସାୟୀଙ୍କୁ କୁହାଯାଇଛି । ଏହି ନିୟମର ଉଲ୍ଲଂଘନ ହେଲେ ସମ୍ପୃକ୍ତ ବ୍ୟବସାୟୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହୋଇପାରେ । ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (FSSAI) ରାଜ୍ୟଗୁଡ଼ିକର ଖାଦ୍ୟ ସୁରକ୍ଷା ଅଧିକାରୀଙ୍କୁ ମଧ୍ୟ ଏହି ନିୟମ ଉପରେ କଡ଼ା ନଜର ରଖିବାକୁ ନିର୍ଦ୍ଦେଶ ଦେଇଛି। ସମସ୍ତ ଖାଦ୍ୟ ବ୍ୟବସାୟୀ ଯେପରି ନିୟମ ପାଳନ କରନ୍ତି, ତାହା ସୁନିଶ୍ଚିତ କରିବାକୁ କୁହାଯାଇଛି । FSSAI ସ୍ପଷ୍ଟ କରିଛି ଯେ, ଖାଦ୍ୟ ବ୍ୟବସାୟୀମାନେ ଲାଇସେନ୍ସରେ ନିର୍ଦ୍ଧାରିତ ସର୍ତ୍ତ ଅନୁଯାୟୀ ସମସ୍ତ ନିୟମ ପାଳନ କରିବା ଆବଶ୍ୟକ । ଯଦି କୌଣସି ବ୍ୟବସାୟୀ ନିୟମ ଉଲ୍ଲଂଘନ କରନ୍ତି, ତେବେ ଖାଦ୍ୟ ସୁରକ୍ଷା ଅଧିକାରୀମାନେ ସମ୍ପୃକ୍ତ ଖାଦ୍ୟ ସାମଗ୍ରୀ ଜବତ କରିବା ସହ ତାହାକୁ ନଷ୍ଟ କରିବା ଏବଂ ଅନ୍ୟାନ୍ୟ ଆଇନଗତ ପଦକ୍ଷେପ ନେଇପାରିବେ । ଖାଦ୍ୟର ଗୁଣବତ୍ତା ବଜାୟ ରଖିବା, ଦୂଷିତ ଖାଦ୍ୟର ବିପଦକୁ ରୋକିବା ଏବଂ ଗ୍ରାହକଙ୍କ ସ୍ୱାସ୍ଥ୍ୟର ସୁରକ୍ଷା କରିବା ହେଉଛି ଏହି ନିର୍ଦ୍ଦେଶର ମୁଖ୍ୟ ଉଦ୍ଦେଶ୍ୟ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking