29.1 C
Bhubaneswar
Friday, September 4, 2026
Homeଓଡିଶାୟୋନେକ୍ସ-ସନରାଇଜ ଇଷ୍ଟଜୋନ ବ୍ୟାଡମିଣ୍ଟ ଚମ୍ପିୟାନସିପ୍

ୟୋନେକ୍ସ-ସନରାଇଜ ଇଷ୍ଟଜୋନ ବ୍ୟାଡମିଣ୍ଟ ଚମ୍ପିୟାନସିପ୍

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ପୋଖରୀପୁଟ ଇଣ୍ଡୋର ଷ୍ଟେଡ଼ିଅମ ରେ ୟୋନେକ୍ସ-ସାନରାଇଜ ଇଷ୍ଟ ଜୋନ ଆନ୍ତଃ ରାଜ୍ୟ ବେଡ଼ମୀଣ୍ଟନ ଚାମ୍ପିୟନସିପ ର ଆଜି ସମସ୍ତ ଦଳଗତ ବିଭାଗ ର ଫାଇନାଲ ମେଚ ଅନୁଷ୍ଠିତ ହୋଇଯାଇଅଛି l ଆଜି ଅନୁଷ୍ଠିତ ପ୍ରଥମ ଦଳଗତ ଫାଇନାଲ ରେ ଉତ୍ତରରାଖଣ୍ଡ ଜୁନିଅର ଦଳ ଓଡିଶା ଜୁନିଅର ଦଳ କୁ ୨-୦ ମେଚ ରେ ହରାଇ ଚମ୍ପିୟାନ ହୋଇଛନ୍ତି l ଓଡିଶା ଖେଳାଳୀ ସୌମ୍ୟଜିତ ସାହୁ ଉତ୍ତରାଖଣ୍ଡ ର ନିଶ୍ଚଳ ଚାନ୍ଦ ଙ୍କ ଠାରୁ ୭-୧୫, ୭-୧୫ ପଏଣ୍ଟ ରେ ଏବଂ ଡବଲସ ରେ ଦିବ୍ୟମ କେଜ୍ରିୱାଲ ଓ ଶୁଭ୍ରକେତନ ମଲ୍ଲିକ ଉତ୍ତରାଖଣ୍ଡ ର ସୌର୍ୟ ଅଗ୍ରୱାଲ ଓ ନିସଚଲ ଚାନ୍ଦ ଯୋଡି ଙ୍କ ଠାରୁ ୧୧-୧୫, ୧୪-୧୬ ପଏଣ୍ଟ ରେ ହାରି ଯାଇଥିବାରୁ ଓଡିଶା ଦଳ ଏହି ବିଭାଗ ରେ ରନର୍ସ ଅପ ହୋଇ ସନ୍ତୁଷ୍ଟ ହୋଇଛି l

ଜୁନିଅର ବାଳିକା ଦଳଗତ ବିଭାଗ ର ସିଙ୍ଗଲସ ଖେଳ ରେ ଉତ୍ତରାଖଣ୍ଡ ର ଆକ୍ଷିତା ମନରଲ ପଶ୍ଚିମବଙ୍ଗ ର ପ୍ରତିଷ୍ଠା ପଲ ଙ୍କୁ ୧୫-୯, ୧୫-୬ ପଏଣ୍ଟ ରେ ଏବଂ ଡବଲସ ରେ ଉତ୍ତରାଖଣ୍ଡ ଯୋଡି ଆଞ୍ଜେଲ ପୁନେରା ଓ ସମ୍ଭାବି ରାଉଥମ,ପଶ୍ଚିମବଙ୍ଗ ର ପର୍ଣ୍ଣl ଦତ୍ତ ଓ ଅନ୍ୱିକ୍ଷା ପାଲ ଯୋଡିଙ୍କୁ ୧୫-୬, ୧୫-୫ ପଏଣ୍ଟ ରେ ହରାଇ ଉତ୍ତରାଖଣ୍ଡ କୁ ଚାମ୍ପିୟନ କରାଇଛନ୍ତି l ପୁରୁଷ ଦଳଗତ ଓ ମହିଳା ଦଳଗତ ବିଭାଗ ରେ ମଧ୍ୟ ଉତ୍ତରାଖଣ୍ଡ ଦଳ ଚମ୍ପିୟାନ ହୋଇ ନିଜର ଶ୍ରେଷ୍ଠତ୍ୱ ପ୍ରମାଣିତ କରିଛନ୍ତି l ପୁରୁଷ ଡବଲସ ରେ ସିଦ୍ଧାର୍ଥ ଘିଲଦୀୟଲ ଓ ରାନୁଜ ମେହେରା ଯୋଡି ବିହାର ର ଅମ୍ରିତ ରାଜ ଓ ଆର୍ଯ୍ୟନ ରାଜ ଙ୍କୁ ୧୫-୧୩, ୧୦-୧୫ ଓ ୧୫-୭ ପଏଣ୍ଟ ରେ ହରାଇ ବିଜୟୀ ହୋଇଛନ୍ତି l ପୁରୁଷ ସିଙ୍ଗଲ ରେ ଉତ୍ତରାଖଣ୍ଡ ର ଧ୍ରୁବ ନେଗୀ ବିହାର ର ରଣବୀର ସିଂ ଙ୍କୁ ୧୫-୪, ୧୫-୩ ରେ ଏବଂ ପରବର୍ତୀ ସିଙ୍ଗଲ ରେ ଅଂଶ ନେଗୀ ବିହାର ର ସାକ୍ଷମ ବତ୍ସା ଙ୍କୁ ୧୫-୧୧, ୧୫-୯ ପଏଣ୍ଟ ରେ ହରାଇ ଥିବାରୁ ଉତ୍ତରାଖଣ୍ଡ ଏହି ଫାଇନାଲ ରେ ୩-୦ ମେଚ ରେ ଜିତି ଚମ୍ପିୟାନ ଓ ବିହାର ଦଳ ରନର୍ସ ଅପ ହୋଇଛନ୍ତି l ମହିଳା ଦଳଗତ ଫାଇନାଲ ରେ ମଧ୍ୟ ଉତ୍ତରାଖଣ୍ଡ ଦଳ ଉତ୍ତର ପ୍ରଦେଶ କୁ ୩-୧ ମେଚ ରେ ହରାଇ ଚମ୍ପିୟାନ ହୋଇଥିବା ବେଳେ ଉତ୍ତରପ୍ରଦେଶ ଦଳ ରନର୍ସ ଅପ ହୋଇଛି l

ଦଳଗତ ବିଭାଗ ର ପୁରସ୍କାର ବିତରଣୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ କ୍ରୀଡା ଓ ଯୁବ ବ୍ୟାପାର ଅତିରିକ୍ତ ସଚିବ ବିଜୟ କୁମାର ସ୍ୱାଇଁ, ସାମ୍ନାନୀତ ଅତିଥି ଭାବେ ରାଜ୍ୟ ନଗର ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ନିର୍ଦେଶକ ସୁଶାନ୍ତ ସିଂ,କ୍ରୀଡା ବିଭାଗ ର ଯୁଗ୍ମ ସଚିବ ଗୀତା ଦାସ,ଅନ୍ତର୍ଜାତୀୟ କୋଚ ଗୋବର୍ଧନ ରେଡଡି,ମୁଖ୍ୟ ରେଫରୀ ଇ. ପି. ଦିବାକରଣ ଓସବା ଉପସଭାପତି କାର୍ତିକ ଦାସ, ସୁରେଶ ଚନ୍ଦ୍ର ପଣ୍ଡା, ଓସବା ସମ୍ପାଦକ ନିଲିନ କୁମାର, ଶୈଳେନ୍ଦ୍ର ଚୌଧୁରୀ, ମନରଞ୍ଜନ ପଣ୍ଡା,ସୁରୁଲାଲ ମଟାରୀ ପ୍ରମୁଖ ଯୋଗ ଦେଇ ଚାମ୍ପିୟନ ଓ ରନର୍ସ ଅପ ଦଳକୁ ଟ୍ରଫି, ସ୍ଵର୍ଣ, ରୌପ୍ୟ ପଦକ ଏବଂ ପ୍ରମାଣପତ୍ର ପ୍ରଦାନ କରି ପୁରସ୍କୃତ କରିଥିଲେ l ୪ ତାରିଖ ଅପରାହ୍ନ ରୁ ଏହି ଚାମ୍ପିୟନସିପ ର ବ୍ୟକ୍ତିଗତ ପ୍ରତିଯୋଗୀତା ଆରମ୍ଭ ହୋଇଯାଇ ଅଛି ଏବଂ ୬ତାରିଖ ଦିନ ଫାଇନାଲ ଖେଳ ଅନୁଷ୍ଠିତ ହେବ ବୋଲି ଓଡିଶା ରାଜ୍ୟ ବେଡ଼ମୀଣ୍ଟନ ସଙ୍ଘ ସମ୍ପାଦକ ତଥା ଆୟୋଜନ କମିଟୀ ସମ୍ପାଦକ ନିଲିନ କୁମାର ସୂଚନା ଦେଇଛନ୍ତି l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking