27.1 C
Bhubaneswar
Sunday, August 30, 2026
Homeଓଡିଶାନେପାଳ ବନ୍ୟାରେ ନିଖୋଜ ଓଡ଼ିଆ ପରିବାର!

ନେପାଳ ବନ୍ୟାରେ ନିଖୋଜ ଓଡ଼ିଆ ପରିବାର!

ନୂଆଦିଲ୍ଲୀ : ନେପାଳ ବନ୍ୟାରେ ଶତାଧିକ ଲୋକେ ନିଖୋଜ ଥିବା ବେଳେ ଏମାନଙ୍କ ମଧ୍ୟରେ ଅନେକ ଓଡ଼ିଆ ଅଛନ୍ତି । ବ୍ରିଟେନ୍‌ରେ ରହୁଥିବା ଓଡ଼ିଆ ପରିବାର ନେପାଳ ବୁଲିବାକୁ ଆସିଥିବା ବେଳେ ଭୟଙ୍କର ବନ୍ୟାରେ ନିଖୋଜ ଅଛନ୍ତି । ଇଂଲଣ୍ଡର ସରେ ସହରରୁ ନେପାଳ ବୁଲିବାକୁ ଆସି ନିଖୋଜ ହୋଇଯାଇଛନ୍ତି ଓଡ଼ିଆ ପରିବାରର ୪ ସଦସ୍ୟ। ନିଖୋଜଙ୍କ ମଧ୍ୟରେ ପୂର୍ବତନ ମିସେସ୍‌ ଇଣ୍ଡିଆ ୟୁକେ ମଧ୍ୟ ରହିଛନ୍ତି । ପୂର୍ବତନ ମିସେସ୍‌ ଇଣ୍ଡିଆ ୟୁକେ ସୁରଭି ସାହୁ, ତାଙ୍କ ସ୍ୱାମୀ ସନ୍ତୋଷ, ପୁଅ ସ୍ପନ୍ଦନ, ଓ ଝିଅ ସାଇନା ନିଖୋଜ ଅଛନ୍ତି। ନେପାଳ-ଚୀନ୍‌ ସୀମା ପାର ହୋଇ ସମସ୍ତେ ଏକ ରୋମାଞ୍ଚକର ଟ୍ରେକ୍‌ରେ ଯାଇଥିଲେ। ସୁରଭି ଓ ତାଙ୍କ ସ୍ବାମୀ ଲଣ୍ଡନରେ ଏକ ସଫଳ ଟେକ୍ନୋଲୋଜି କମ୍ପାନି ଚଳାଉଥିଲେ। ସମସ୍ତେ ଗତ ସପ୍ତାହରେ ଭାରତ ଆସିଥିଲେ ଏବଂ ପରେ ନେପାଳ ଗସ୍ତରେ ଯାଇଥିଲେ। ମାତ୍ର ନେପାଳରେ ଭୟଙ୍କର ବନ୍ୟାରେ ସମସ୍ତେ ନିଖୋଜ ହୋଇଯାଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking