28.1 C
Bhubaneswar
Saturday, August 29, 2026
Homeଓଡିଶା ମ୍ୟାକଲେକ୍‌ କମ୍ପାନୀ ଦ୍ୱାରା ନୂଆ 'ସର୍ଫେସ୍ ହାଇଡ୍ରୋ କାଇନେଟିକ୍ ଟରବାଇନ୍' ପ୍ରଯୁକ୍ତିବିଦ୍ୟା ଉପରେ ଉପସ୍ଥାପନା 

 ମ୍ୟାକଲେକ୍‌ କମ୍ପାନୀ ଦ୍ୱାରା ନୂଆ ‘ସର୍ଫେସ୍ ହାଇଡ୍ରୋ କାଇନେଟିକ୍ ଟରବାଇନ୍’ ପ୍ରଯୁକ୍ତିବିଦ୍ୟା ଉପରେ ଉପସ୍ଥାପନା 

ଭୁବନେଶ୍ୱର:  ରାଜ୍ୟରେ ନୂଆ ପ୍ରକାରର ଅକ୍ଷୟ ଶକ୍ତି ପ୍ରକଳ୍ପ ସମ୍ପର୍କରେ ଆଲୋଚନା କରିବା ପାଇଁ ଆଜି ଖାରବେଳ ଭବନରେ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ କ୍ଲିନ୍-ଟେକ୍ କମ୍ପାନୀ ‘ମ୍ୟାକଲେକ୍’ (MACLEC) ନିଜର ନୂଆ ‘ସର୍ଫେସ୍ ହାଇଡ୍ରୋ କାଇନେଟିକ୍ ଟରବାଇନ୍’ ବିଷୟରେ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଏବଂ ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ବିଶାଳ କୁମାର ଦେବ, ଓପିଟିସିଏଲର ସିଏମଡ଼ି ଶ୍ରୀ ଭାସ୍କର ଜ୍ୟୋତି ଶର୍ମା, ଗ୍ରୀଡ଼କୋର ପରିଚାଳନା ନିର୍ଦ୍ଦେଶକ ଡଃ ସତ୍ୟପ୍ରିୟ ରଥ ଓ ବହୁ ବିଭାଗୀୟ ବରିଷ୍ଠ ଅଧିକାରୀଙ୍କ ଆଗରେ ଉପସ୍ଥାପନା ପ୍ରଦର୍ଶନ କରିଥିଲେ।ଓଡ଼ିଶାରେ ଏହି ସର୍ଫେସ ହାଇଡ୍ରୋ କାଇନେଟିକ୍ ଟରବାଇନ୍ ବ୍ୟବହାର କରିବା ଦ୍ୱାରା କେଉଁସବୁ ଲାଭ ହେବ, ସେ ବିଷୟରେ ମ୍ୟାକଲେକ୍ ପକ୍ଷରୁ ଉପସ୍ଥାପନାରେ ଦର୍ଶାଯାଇଥିଲା। ଏହାଦ୍ୱାରା ବିଦ୍ୟମାନ ଜମିରେ ହିଁ କେବଳ ବୋହିଯାଉଥିବା କେନାଲ ପାଣିକୁ ବ୍ୟବହାର କରି ବିଦ୍ୟୁତ ଉତ୍ପାଦନ କରାଯାଇପାରିବ। ଏହାସହ ସ୍ଥାନୀୟ ଲୋକଙ୍କୁ ଏଥିରେ ନିଯୁକ୍ତି ସୁଯୋଗ, ଅଞ୍ଚଳର ବିକାଶ ହେବ ଏବଂ ବିଦ୍ୟୁତ ଗ୍ରୀଡ୍‌କୁ ସ୍ଥିର ଶକ୍ତି ଯୋଗାଇ ହେବ।

ଏହି ପଦକ୍ଷେପର ଅଂଶସ୍ୱରୂପ, ମ୍ୟାକଲେକ୍ କେନାଲ କୂଳରେ ୧୦ ମେଗାୱାଟ୍‌ ବିଶିଷ୍ଟ ଏକ ସ୍ୱଚ୍ଛ ବିଦ୍ୟୁତ୍ ଉତ୍ପାଦନ ପ୍ରକଳ୍ପ ପାଇଁ ଏକ ବିସ୍ତୃତ ପ୍ରସ୍ତାବ ଉପସ୍ଥାପନ କରିଥିଲା। ପ୍ରକଳ୍ପର କାର୍ଯ୍ୟକାରିତା ପାଇଁ ମ୍ୟାକଲେକ୍ ଶକ୍ତି ବିଭାଗ ନିକଟରୁ ଆବଶ୍ୟକୀୟ ସହାୟତା ସହିତ ସୁଗମ ଗ୍ରୀଡ୍ ସିଙ୍କ୍ରୋନାଇଜେସନ୍ ଏବଂ ସମ୍ପ୍ରସାରଣ ଅନୁମତି ଭଳି ମୁଖ୍ୟ ପ୍ରଶାସନିକ ଓ ଭିତ୍ତିଭୂମି ସହାୟତା ପାଇଁ ଅନୁରୋଧ କରିଛି। ବିଭାଗୀୟ ଅଧିକାରୀ ଏବଂ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଏହି ଉପସ୍ଥାପନାକୁ ଓଡ଼ିଶାର ସ୍ୱଚ୍ଛ ଶକ୍ତି ଢାଞ୍ଚାର ସମ୍ପ୍ରସାରଣ ପାଇଁ ଏକ ଆକର୍ଷଣୀୟ ଏବଂ ଆଶାଜନକ ପରିକଳ୍ପନା ବୋଲି ଅଭିହିତ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking