29.1 C
Bhubaneswar
Monday, August 24, 2026
Homeଓଡିଶାଜଙ୍ଗଲରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ଜଙ୍ଗଲରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ସୁନ୍ଦରଗଡ଼: ସୁନ୍ଦରଗଡ଼ ସିଲକୁଟା ରିଜର୍ଭ ଜଙ୍ଗଲରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ । ଡିଭିଏଫ୍ ଏବଂ ବିଡିଡିଏସ୍‌ର ମିଳିତ ଅପରେସନ ବେଳେ ମାଓ ଡମ୍ପରୁ ବିପୁଳ ଅସ୍ତ୍ରଶସ୍ତ୍ର, ଗୋଳାବାରୁଦ, ବିସ୍ଫୋରକ ପଦାର୍ଥ, ମାଓବାଦୀ ପୁସ୍ତିକା ଏବଂ ମାଓବାଦୀ କ୍ୟାମ୍ପ ସମ୍ବନ୍ଧୀୟ ବିଭିନ୍ନ ସାମଗ୍ରୀ ମିଳିଛି । ଜବତ ସାମଗ୍ରୀ ମଧ୍ୟରେ ଗୋଟିଏ କାର୍ବାଇନ୍, ଗୋଟିଏ ଆଇଇଡି କଣ୍ଟେନର, ୧୫ଟି ଡେଟୋନେଟର, ୨ଟି ମାଗାଜିନ୍, ୨୦ ରାଉଣ୍ଡ ଗୁଳି ଏବଂ ୱାକିଟକି ରହିଛି । ଏସବୁ ଜଙ୍ଗଲ ଭିତରେ ଲୁଚାଇ ରଖିଥିଲେ ମାଓବାଦୀ। ମାତ୍ର ସୁରକ୍ଷାବାହିନୀ ଆଖିରୁ ବର୍ତ୍ତି ପାରିନି ଏହି ଗୋପନ କ୍ୟାମ୍ପ । ଉଦ୍ଧାର ହୋଇଥିବା ସମସ୍ତ ସାମଗ୍ରୀ ନିୟମାନୁସାରେ ଜବତ କରାଯାଇ ନିରାପଦରେ ରଖାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking