31.1 C
Bhubaneswar
Monday, August 24, 2026
Homeଓଡିଶାବନ୍ୟାରେ ଭାସିଯାଇ ବୃଦ୍ଧ ମୃତ

ବନ୍ୟାରେ ଭାସିଯାଇ ବୃଦ୍ଧ ମୃତ

କେନ୍ଦ୍ରାପଡ଼ା : ବନ୍ୟାରେ ଭାସିଯାଇ ବୃଦ୍ଧ ମୃତ । ସଉଦା ଆଣିବାକୁ ଯାଇଥିଲେ, ବନ୍ୟା ପାଣିରେ ଭାସି ହରାଇଲେ ପ୍ରାଣ । ଏମିତି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଭୂଇଁପୁର ପଞ୍ଚାୟତର ଏକ ନମ୍ବର ୱାର୍ଡ କଳମଡ଼ାଶାସନ ଗାଁରେ । ଗାଁ ଚାରିପଟେ ଘେରରେ ରହିଛି ଖରସ୍ରୋତା ଓ କାଣି ନଦୀ । ସେହି ଗାଁର ସୀତାକାନ୍ତ ମଳିକ ଶନିବାର ରାତିରେ ସଉଦା ପାଇଁ ବନ୍ୟା ପାଣିରେ ପଶି ପାଖ ପଞ୍ଚାୟତ ପଦନିପାଳକୁ ଯାଇଥିଲେ । ସେ ବନ୍ୟା ପାଣିରେ ଭାସିଯାଇଥିବା ସନ୍ଦେହ କରାଯାଉଥିଲା । ଅଗ୍ନିଶମ ବାହିନୀ ଓ ଓଡ୍ରାପ ଟିମ ପହଁଚି ଗତକାଲି ନଦୀରେ ଖୋଜାଖୋଜି କରିଥିଲେ ।ନଦୀରେ ଅଧିକ ବନ୍ୟା ପାଣି ଥିବାରୁ ମିଳିନଥିଲା ନିଖୋଜ ସୀତାକାନ୍ତ ମଲିକ । ଏବେ ବି ଗାଁରେ ଚାଲିଛି ବନ୍ୟା ପାଣି । ତେବେ ଆଜି ସକାଳୁ ଗାଁର ବାମଦେବ ମଲିକ ଘର ପଛ ପଟେ ବନ୍ୟା ପାଣିରେ ତାଙ୍କ ମୃତ ଦେହ ଭାଷୁ ଥିବା ଗାଁଲୋକେ ଦେଖିବାକୁ ପାଇଥିଲେ । ତାଙ୍କ ଘର ଲୋକ ମାନଙ୍କୁ ଖବର ଦେବା ପରେ ମୃତ ଦେହକୁ ବୋଟରେ ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking