31.1 C
Bhubaneswar
Monday, August 24, 2026
Homeଓଡିଶାଲଗାଣ ବର୍ଷା ପାଇଁ କଳାହାଣ୍ଡିରେ ସ୍କୁଲ୍ ବନ୍ଦ!

ଲଗାଣ ବର୍ଷା ପାଇଁ କଳାହାଣ୍ଡିରେ ସ୍କୁଲ୍ ବନ୍ଦ!

କଳାହାଣ୍ଡି : ଲଗାଣ ବର୍ଷା ପାଇଁ ସ୍କୁଲ୍ ବନ୍ଦ। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କଳାହାଣ୍ଡି ଜିଲ୍ଲାର ଜୟପାଟଣା, କୋକସରା ଓ କଳମପୁର ବ୍ଲକ୍‌ର ସମସ୍ତ ସ୍କୁଲ୍‌କୁ ବନ୍ଦ ଘୋଷଣା କରାଯାଇଛି । ଶିଶୁ ବାଟିକାଠାରୁ ଆରମ୍ଭ କରି ହାୟର ସେକେଣ୍ଡାରୀ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ଏହି ନିଷ୍ପତ୍ତି ଅଧୀନରେ ରହିଛି । ଲଗାଣ ବର୍ଷା ଯୋଗୁଁ ଅନେକ ସ୍ଥାନରେ ରାସ୍ତାଘାଟରେ ପାଣି ଜମିବା ସହ ଯାତାୟାତରେ ସମସ୍ୟା ଦେଖାଦେବା ଆଶଙ୍କା ରହିଛି । ଏଭଳି ସ୍ଥିତିରେ ସ୍କୁଲ୍ ଯିବାବେଳେ ଛାତ୍ରଛାତ୍ରୀଙ୍କୁ ଯେପରି କୌଣସି ଅସୁବିଧା ନହୁଏ, ସେଥିପାଇଁ ପ୍ରଶାସନ ପକ୍ଷରୁ ସୁରକ୍ଷାମୂଳକ ପଦକ୍ଷେପ ଭାବେ ସ୍କୁଲ୍ ବନ୍ଦ ରଖାଯାଇଛି ।ଜିଲ୍ଲାପାଳଙ୍କ ଆଦେଶକ୍ରମେ ଏହି ନିଷ୍ପତ୍ତି ନିଆଯାଇଥିବା ବେଳେ, କୋକସରା ଓ ଜୟପାଟଣା ବ୍ଲକ୍ ଦାୟିତ୍ୱରେ ଥିବା BEO ମହେଶ କୁମାର ଭାଟି ଏନେଇ ସୂଚନା ଦେଇଛନ୍ତି । ତେବେ ବର୍ଷା ପରିସ୍ଥିତି ଦେଖି ଛାତ୍ରଛାତ୍ରୀ ଓ ଅଭିଭାବକମାନେ ସତର୍କ ରହିବା ସହ ପ୍ରଶାସନର ନିର୍ଦ୍ଦେଶ ମାନିବାକୁ ପରାମର୍ଶ ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking