ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଷଡ଼ଙ୍ଗୀ ବନାଞ୍ଚଳ ଅନ୍ତର୍ଗତ ଶ୍ରୀମନ୍ତପୁର ଗ୍ରାମ ନିକଟରେ ବିଦ୍ୟୁତ ଆଘାତରେ ମାଈହାତୀର ମୃତ୍ୟୁ । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀଟିର ମୃତ୍ୟୁ ହୋଇଥିବା ପ୍ରାଥମିକ ଭାବେ ଜଣାପଡ଼ି ଛି। ଘଟଣା ସମ୍ପର୍କରେ ସୂଚନା ପାଇ ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ହାତିଟି କିପରି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଲା ଏବଂ ଘଟଣା ପାଇଁ କେଉଁ କାରଣ ଦାୟୀ, ସେନେଇ ତଦନ୍ତ ଜାରି ରହିଛି ।ବନାଞ୍ଚଳରେ ବିଦ୍ୟୁତ ତାର ଓ ଲାଇନ୍ଗୁଡ଼ିକର ସୁରକ୍ଷା ନେଇ ପୁଣିଥରେ ପ୍ରଶ୍ନ ଉଠିଛି । ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ବିଦ୍ୟୁତ ବିଭାଗ ଓ ବନ ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।










