31.1 C
Bhubaneswar
Monday, August 24, 2026
Homeଓଡିଶାରାଖି ପୂର୍ବରୁ ମିଠା ଦୋକାନରେ ବଡ଼ ଚଢ଼ାଉ

ରାଖି ପୂର୍ବରୁ ମିଠା ଦୋକାନରେ ବଡ଼ ଚଢ଼ାଉ

ଭୁବନେଶ୍ୱର: ଭୁବନେଶ୍ୱର ଓ ଏହାର ଉପକଣ୍ଠର ବିଭିନ୍ନ ମିଠା ଦୋକାନରେ ଚଢ଼ାଉ କରାଯାଇଛି । ନକଲି ଛେନା ଓ ପନିର ମିଶ୍ରଣ କରି ମିଠା ପ୍ରସ୍ତୁତ ହେଉଥିବା ସନ୍ଦେହରେ ଖାଦ୍ୟ ସୁରକ୍ଷା ଅଧିକାରୀମାନେ ଏହି ଯାଞ୍ଚ କରିଛନ୍ତି । ଆଗକୁ ରାଖି ପୂର୍ଣ୍ଣିମା ଥିବାରୁ ବଜାରରେ ମିଠାର ଚାହିଦା ବଢ଼ିବ । ଏହାର ସୁଯୋଗ ନେଇ ଯେପରି ନକଲି ଓ ଅପମିଶ୍ରିତ ମିଠା ବିକ୍ରି ନହୁଏ, ସେଥିପାଇଁ ବିଭାଗ ପକ୍ଷରୁ ଯାଞ୍ଚକୁ ଜୋରଦାର କରାଯାଇଛି ।ଗତ କିଛି ଦିନ ଧରି ରାଜଧାନୀ ସମେତ ବିଭିନ୍ନ ଅଞ୍ଚଳରେ ଚଢ଼ାଉ ଜାରି ରହିଛି । ଯାଞ୍ଚ ସମୟରେ କେତେକ ସ୍ଥାନରୁ ଅପମିଶ୍ରିତ ଛେନା ଓ ପନିର ଜବତ ହୋଇଥିବା ସୂଚନା ମିଳିଛି । ତେବେ ଆଗକୁ ପାର୍ବଣ ଋତୁ ଥିବାରୁ ମିଠାର ଗୁଣବତ୍ତା ଉପରେ ନଜର ରଖିବା ସହ ନକଲି ଖାଦ୍ୟ ସାମଗ୍ରୀ ବିକ୍ରିକୁ ରୋକିବା ପାଇଁ ଏଭଳି ଚଢ଼ାଉ ଆହୁରି ଜୋରଦାର ହେବ ବୋଲି କୁହାଯାଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking