ମୁମ୍ବାଇ: ମୁମ୍ବାଇ କ୍ୟୁରେସି ନଗରରେ ବଡ଼ ଦୁର୍ଘଟଣା, ଘର ଉପରେ ଖସିପଡ଼ିଲା କ୍ରେନ୍, ୧୦ ଆହତ। ମୁମ୍ବାଇର କ୍ୟୁରେସି ନଗରରେ ଘଟିଛି ଏହି ଦୁର୍ଘଟଣା । ଆପାର୍ଟମେଣ୍ଟ ନିର୍ମାଣ ଚାଲିଥିବା ବେଳେ ଏକ କ୍ରେନ୍ ଭାରସାମ୍ୟ ହରାଇ ଘର ଉପରେ ଖସିପଡ଼ିଥିଲା । ଦୁର୍ଘଟଣାରେ ୧୦ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କ୍ରେନ୍ ଖସିପଡ଼ିବା ପଛର କାରଣ ଖୋଜା ଚାଲିଛି । ସୂଚନା ଅନୁସାରେ, କ୍ରେନ୍ ସାହାଯ୍ୟରେ ଏକ ପୋକ୍ଲିନ୍ ମେସିନ୍କୁ ସ୍ଥାନାନ୍ତର କରାଯାଉଥିବା ସମୟରେ ହଠାତ୍ କ୍ରେନ୍ଟି ଭାରସାମ୍ୟ ହରାଇଥିଲା ।ପ୍ରାୟ ୧୧ ମହଲା ଉଚ୍ଚତାରୁ କ୍ରେନ୍ ଖସିପଡ଼ିବା ଫଳରେ ତଳେ ଥିବା ଦୁଇଟି ଘର ସହ ଅନେକ କାର୍ ଓ ଅଟୋ ଚୂରମାର ହୋଇଯାଇଛି । ତେବେ ସମ୍ପୃକ୍ତ ଲାଇନ୍ରେ କେବଳ ମାଲଗାଡ଼ି ଚଳାଚଳ କରୁଥିବାରୁ ଯାତ୍ରୀବାହୀ ଟ୍ରେନ୍ ସେବା ପ୍ରଭାବିତ ହୋଇନାହିଁ । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଅନ୍ୟପଟେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।










