26.1 C
Bhubaneswar
Tuesday, September 22, 2026
Homeଓଡିଶାପୁରୀ ଶ୍ରୀମନ୍ଦିରରେ ଅଘଟଣ, ଠେଲାପେଲାରେ ୭୫ ବର୍ଷୀୟ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

ପୁରୀ ଶ୍ରୀମନ୍ଦିରରେ ଅଘଟଣ, ଠେଲାପେଲାରେ ୭୫ ବର୍ଷୀୟ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

ପୁରୀ: ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରବଳ ଭିଡ଼ ଏବଂ ଠେଲାପେଲା ଭିତରେ ଆଜି ଏକ ଦୁଃଖଦ ଅଘଟଣ ଘଟିଯାଇଛି। ଦର୍ଶନ ପାଇଁ ଆସିଥିବା ଜଣେ ବୟସ୍କ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ହୋଇଛି। ପ୍ରବଳ ଗହଳି ଯୋଗୁଁ ଅଣନିଶ୍ୱାସୀ ହୋଇ ତାଙ୍କର ମୃତ୍ୟୁ ହୋଇଥିବା ସାଧାରଣରେ ଚର୍ଚ୍ଚା ହେଉଥିବା ବେଳେ, ପୁଲିସ କିନ୍ତୁ ଏହା ଏକ ହୃଦଘାତ ଜନିତ ମୃତ୍ୟୁ ବୋଲି କହିଛି। ମନ୍ଦିର ପରିସରରେ ଆଜି ଭକ୍ତଙ୍କର ପ୍ରବଳ ସମାଗମ ହୋଇଥିଲା। ଭିଡ଼ ଏତେ ଅଧିକ ଥିଲା ଯେ, ଦର୍ଶନ ସମୟରେ ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ଗହଳି ଭିତରେ ବୟସ୍କ ନୀଳକଣ୍ଠ ବାବୁ ହଠାତ୍ ଅସୁସ୍ଥ ହୋଇ ତଳେ ପଡ଼ିଯାଇଥିଲେ। ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଯୋଗେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ନୀଳକଣ୍ଠ ଦାଶଙ୍କ ଘର ଯାଜପୁର ଜିଲ୍ଲାର ଅଲାରପୁର ଗ୍ରାମରେ ବୋଲି ଜଣାପଡ଼ିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking