26.1 C
Bhubaneswar
Sunday, August 16, 2026
Homeଓଡିଶାଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳର ରାଜ୍ୟ ଓ ଜିଲ୍ଲାସ୍ତରୀୟ ସାଂଗଠନିକ ବୈଠକ

ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳର ରାଜ୍ୟ ଓ ଜିଲ୍ଲାସ୍ତରୀୟ ସାଂଗଠନିକ ବୈଠକ

ଭୁବନେଶ୍ୱର: ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳର ରାଜ୍ୟ ଓ ଜିଲ୍ଲା ସ୍ତରୀୟ ନେତୃବୃନ୍ଦ ମାନଙ୍କୁ ନେଇ ଏକ ସାଂଗଠନିକ ବୈଠକ ଭୁବନେଶ୍ୱର, କଂଗ୍ରେସ ଭବନ ଠାରେ ଅନୁଷ୍ଠିତ ହୋଇଥିଲା । ସେବାଦଳ ଅଧ୍ୟକ୍ଷ ଶ୍ରୀ ଶୁଭେନ୍ଦୁ ମହାନ୍ତି ଏହି ବୈଠକରେ ଅଧ୍ୟକ୍ଷତା କରି କହିଲେ ଯେ ସେବାଦଳ ବର୍ତ୍ତମାନ ସଂଗଠିତ ହୋଇ କାର୍ଯ୍ୟ କରୁଅଛି । ଆଗାମୀ ଦିନରେ ସେବାଦଳ ପ୍ରଶୀକ୍ଷଣ ଶିବିର କରାଗଲେ ବହୁ କର୍ମୀ ସଂଗଠନରେ ସାମିଲ ହୋଇପାରିବେ । ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଭକ୍ତ ଚରଣ ଦାସ କହିଲେ ଯେ ସେବାଦଳ କଂଗ୍ରେସ ସଂଗଠନର ଏକ ପ୍ରମୁଖ ସାମ୍ମୁଖ୍ୟ । ପ୍ରତ୍ୟେକ କାର୍ଯ୍ୟକ୍ରମରେ ସେବାଦଳର ଭୂମିକା ଗୁରୁତ୍ୱପୂର୍ଣ୍ଣ । ସେବାଦଳ କର୍ମୀଙ୍କ ଉପସ୍ଥିତି କଂଗ୍ରେସ କାର୍ଯ୍ୟକ୍ରମକୁ ସଫଳ କରାଇଥାଏ । ଆଗାଗୀମ ସେପ୍ଟେମ୍ବର ମାସ ଶେଷ ସପ୍ତାହରେ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ କରାଇବାପାଇଁ ସେ ନିଷ୍ପତ୍ତି ଗ୍ରହଣ କରିଥିଲେ । ପରେ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ ବୋଲି ଶ୍ରୀ ଦାସ ପ୍ରକାଶ କରିଥିଲେ । ଆଗାମୀ ଦିନରେ ଜିଲ୍ଲା ସ୍ତରରେ ଚାଷୀମାନଙ୍କ ପରିଶ୍ରମ ଉର୍ପାଜିତ ଧାନ ଫସଲକୁ ସରକାର ଯେପରି କଟନୀ ଛଟନୀ କରୁଛନ୍ତି ସେ ସ୍ଥାନର ସ୍ଥାନୀୟ ସେବାଦଳର କର୍ମୀମାନେ ସେମାନଙ୍କକୁ ଦୃଢ଼ ସହଯୋଗ ଯୋଗାଇ ନିଷ୍ପତ୍ତିକୁ ଦୃଢ଼ ବିରୋଧ କରିବେ । ଯେଉଁଠାରେ ସରକାର ଦୁର୍ନୀତି ଓ ଭ୍ରଷ୍ଟାଚାର ନୀତି କରୁଛନ୍ତି ସେଠାରେ ସେବାଦଳ କର୍ମୀମାନେ ଜାଗ୍ରତ ପ୍ରହରୀ ଭାବରେ ଲୋକ ସଚେତନତା ସୃଷ୍ଟି କରାଇବା ସେବାଦଳ କର୍ମୀମାନଙ୍କର ଦାୟିତ୍ୱ ହେବ ବୋଲି ଶ୍ରୀ ଦାସ କହିଥିଲେ ।

ଏହି କାର୍ଯ୍ୟକ୍ରମକୁ ଶ୍ରୀ ଜ୍ୟୋତିଷ କୁମାର ସାହୁ ଓ ଏମଡି ସାହାଦୁଲ୍ଲା ପରିଚାଳନା କରିଥିଲେ ଓ ଶେଷରେ ନଳିନୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ଶ୍ରୀ ଦୀପକ କୁମାର ସାହୁ ସହଯୋଗ କରିଥିଲେ । ଏହି କାର୍ଯକ୍ରମରେ ସେବାଦଳ କର୍ମକର୍ତ୍ତା ସର୍ବଶ୍ରୀ ମନୋଜ ସାହୁ, ପ୍ରଶନ୍ନ ପାଇକରାୟ, ଉଷାରାଣୀ ବେହେରା, ପ୍ରତାପ ମଲ୍ଲିକ, ମିହିର ଆଚାର୍ଯ୍ୟ, ବସନ୍ତ ପଣ୍ଡା, ସଂଧ୍ୟାରାଣୀ ଦାସ, ଅଜିତା କର, ବିନୋଦିନି ଦୀପ, ରଞ୍ଜିତା ଭୋଇ, ଅକ୍ଷୟ ମୁଦୁଲି, ଦୀପକ ସାହୁ, କାଳନ୍ଦୀ ସାହୁ, ଧରିତ୍ରୀ ଜେନା, ଖଗେଶ୍ୱର ମଲ୍ଲିକ, ମିର ଆଜାଦ, ଉଷାରାଣୀ ବେହେରା, ଛବି ମହାନ୍ତି,ବିରାଷ ମହାପାତ୍ର, ନବକିଶୋର ସାଥୁଆ, କୁଳେନ୍ଦ୍ର ମଲ୍ଲିକ, ଜାମୁଦେବ ମହାନନ୍ଦ, ଦିଗାମ୍ବର ବେହେରା, କାର୍ତ୍ତିକ ସାମନ୍ତରାୟ, ମିଥୁନ ଭୋଇ, ଶଙ୍କରର୍ଷଣ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking